ଭୁବନେଶ୍ୱର: ନରମିଲା ଦାମଙ୍କ ସ୍ୱର। ଗତ କିଛି ଦିନ ଧରି ଲଗାତାର ସରକାରଙ୍କ ଉପରେ ଆକ୍ରମଣ କରି ଆସୁଥିବା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଆଜି ତାଙ୍କ ସ୍ୱରକୁ ନରମ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଦାମ।
ସେ କହିଛନ୍ତି- ‘ଦୁର୍ନୀତି ଭ୍ରଷ୍ଟାଚାର ଯଦି ଶାସନରେ ହୁଏ, ଲୋକ ସ୍ୱାର୍ଥ ବିରୋଧରେ ଯାଏ, ତାକୁ ପ୍ରକାଶ କରିବା ଉଚିତ୍ ନୁହେଁ କି? ଯୋଉଟା ବିରୋଧୀ ଦଳ କରିବା କଥା। ବିରୋଧୀ ଦଳର କାମ ହେଉଛି ଟୁ-ଅପୋଜ୍, ଟୁ-ଏକ୍ସପୋଜ୍। କିନ୍ତୁ ବିରୋଧୀ ଦଳ କୌଣସି କଥା ଏକ୍ସପୋଜ୍ କରୁ ନାହାନ୍ତି। ମୁଁ ନବୀନ ପଟ୍ଟନାୟକଙ୍କ ବିରୋଧରେ ପଦଟିଏ କି ଶବ୍ଦ କେବେ କହିନାହିଁ। ମୁଁ କହିଛି, ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଏକ୍ସପୋଜର୍ ବହୁତ। ପୃଥିବୀର ଅନେକ ଦେଶ ଭ୍ରମଣ କରିଛନ୍ତି। ଜଣେ ଲେଖକ ହିସାବରେ ବହି ଲେଖିଛନ୍ତି। ଜଣେ ଚିତ୍ରକର ହିସାବରେ ଆନ୍ତର୍ଜାତିକ କ୍ଷେତ୍ରରେ ତାଙ୍କର ନାଁ ଅଛି। ତାଙ୍କର କିଛି ଦୋଷ ନାହିଁ। ଦୋଷ ହେଉଛି ଯେଉଁମାନେ ତାଙ୍କର ଅଧସ୍ତନ ଭାବେ ରହିଲେ, ସେହିମାନେ ହେରାଫେରି କରୁଛନ୍ତି। ତାକୁ କେହି ଡରିକି ପଦାକୁ ଆଣୁ ନାହାନ୍ତି। ମୁଁ ସେଇଟାକୁ ପରୋକ୍ଷ ଭାବରେ ଆଣିବାକୁ ଚେଷ୍ଟା କରୁଛି'।
ଗତକାଲି ଡା. ରାଉତ ଦଳୀୟ ପ୍ରସଙ୍ଗରେ ଏକ ବିସ୍ଫୋରକ ବୟାନ ଦେଇଥିଲେ। ସେ କହିଥିଲେ- ‘ମତେ ମନ୍ତ୍ରିମଣ୍ଡଳରୁ ମୋ ଅଜାଣତରେ ବହିଷ୍କାର କରାଯାଇଛି। ମତେ ଉପସଭାପତି ପଦରୁ ବହିଷ୍କାର କରାଯାଇଛି। ପର୍ଯ୍ୟବେକ୍ଷକ ପଦରୁ ବି ବହିଷ୍କାର କରାଯାଇଛି। ମୋ ପାଖରେ ଆଉ କ’ଣ ଅଛି କି? ବିଜେଡି ଏବେ ଜଣେ ଅଫିସର, ୩ ବିଧାୟକଙ୍କ ଦ୍ୱାରା ଚାଲିଛି; ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ, ବବି ଦାସଙ୍କ ଦ୍ୱାରା ଦଳ ଚାଲିଛି, ମୁଁ ସେ ଦଳରେ ଆଉ ନାହିଁ’ ବୋଲି କହିଥିଲେ ଦାମୋଦର ରାଉତ।’
Published By: Odishatv Bureau
Last updated: 12 September 2018, 08:35 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।