କଂଗ୍ରେସ ଭବନରେ ଦାମ

ଭୁବନେଶ୍ୱର : କଂଗ୍ରେସ ଭବନରେ ଦାମ । ବିଜେଡିରୁ ବିତାଡିତ ବରିଷ୍ଠ ନେତା ଦାମୋଦର ରାଉତ କଂଗ୍ରେସର ସମ୍ବିଧାନ ବଞ୍ଚାଓ ସମ୍ମିଳନୀରେ ସାମିଲ ହେବାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ୍ । ଦାମ ବାବୁଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ତାକୁ ନେଇ ବି ଅାରମ୍ଭ ହୋଇଛି କଳ୍ପନାଜଳ୍ପନା।

ସେପଟେ କଂଗ୍ରେସର ମେଣ୍ଟ ଗଠନ ଯୋଜନାକୁ ବି ଏହି ସମ୍ମିଳନୀ ଖୋରାକ ଯୋଗାଇଛି। ଭୁବନେଶ୍ୱର କଂଗ୍ରେସ ଭବନରେ ଦଳ ପକ୍ଷରୁ ଅାଜି ସମ୍ବିଧାନ ବଞ୍ଚାଅ ସମ୍ମିଳନୀର ଅାୟୋଜନ ହୋଇଥିଲା । ଏଥିରେ ଡାକ୍ତର ଦାମୋଦର ରାଉତଙ୍କ ସହ ସିପିଏମ୍ ନେତା ଜନାର୍ଦ୍ଦନ ପତି, ସିପିଅାଇ ନେତା ରାମକୃଷ୍ଣ ପଣ୍ଡା ଓ ସମାଜବାଦୀ ପାର୍ଟିର ରବି ବେହେରା ପ୍ରମୁଖ ସାମିଲ ହୋଇଥିଲେ।

ବିଜେଡି ଓ ବିଜେପିକୁ ଛାଡି କଂଗ୍ରେସ ଅନ୍ୟ ଅାଞ୍ଚଳିକ ଦଳ ଗୁଡ଼ିକୁ ନେଇ ମେଣ୍ଟ ଗଠନ ଲାଗି ପ୍ରୟାସ ଅାରମ୍ଭ କରିଛି।

You might also like