ନୟାଗଡ଼ : ନୟାଗଡ଼ ଗସ୍ତରେ ଯାଇ ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କ ବିରୋଧରେ ଗର୍ଜିଛନ୍ତି ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ। ୨୦୦୩ ମସିହାରେ ଅରୁଣ ସାହୁ ଦାମଙ୍କ ସହାୟତାରେ ରାଜନୀତିକୁ ଅାସିଥିଲେ। ବର୍ତ୍ତମାନ ସେ ସବୁ କଥାରେ ମୁଣ୍ଡ ଖେଳାଉଛନ୍ତି। ବିଜୁ ପକ୍କାଘର ଠାରୁ ପାଣି ପଞ୍ଚାୟତ ପର୍ଯ୍ୟନ୍ତ ସବୁ କାମରେ ଅରୁଣ ସାହୁ ମୁଣ୍ଡ ଖେଳାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦାମ।
ଛବି ବର୍ଦ୍ଧନ ହତ୍ୟାକାଣ୍ଡ ଠାରୁ ଅାରମ୍ଭ କରି ଏକାଧିକ ହତ୍ୟାକାଣ୍ଡରେ ଅରୁଣ ସାହୁଙ୍କ ସଂପୃକ୍ତି ରହିଛି। ତାସହ ବହୁ ଦୁର୍ନୀତିରେ ଅରୁଣ ସାହୁ ସାମିଲ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦାମ। ନୟାଗଡ଼ ରାଜାଙ୍କ ମୃତ୍ୟୁ ବର୍ତ୍ତମାନ ଯାଏଁ ରହସ୍ୟାବୃତ୍ତ ହୋଇରହିଥିବାବେଳେ ତାଙ୍କ ପ୍ରତିମୂର୍ତ୍ତିକୁ ବି ସ୍ଥାପନ କରାଇ ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଦାମ।
ତାସହ ଅଭିଯୋଗ କରିଛନ୍ତି ଯେ, ସେ ଯେଉଁଠିକୁ ଯାଇ ସଭା କରୁଛନ୍ତି ସବୁ ସ୍ଥାନରେ ଅରୁଣ ସାହୁ ତାଙ୍କ ସଭାକୁ ଭଣ୍ଡୁର କରୁଛନ୍ତି। ଅାଗାମୀ ଦିନରେ ତାଙ୍କ ନିର୍ବାଚନମଣ୍ଡଳୀର ଲୋକଙ୍କ ସାମ୍ନାରେ ଅରୁଣଙ୍କ ମୁଖା ଖୋଲିବେ ବୋଲି ଦାମ କହିଛନ୍ତି । ସାମାଜିକ ସଂଗଠନ ପ୍ରଜା ଅାନ୍ଦୋଳନ ଏବଂ ସୂଚନା ଅଧିକାର ଅଭିଯାନ ପକ୍ଷରୁ ଅାୟୋଜିତ ଏହି ସଭାରେ ଦାମଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ତେବେ ଦାମଙ୍କ ଅଭିଯୋଗ ସମ୍ପର୍କରେ ବିଧାୟକ ଅରୁଣ ସାହୁଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।