ପାରାଦୀପ: ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଉଦ୍ଯାପନୀ ସନ୍ଧ୍ୟାରେ ପୁଣି ବିଜେଡି ନେତାମାନଙ୍କୁ ଟାର୍ଗେଟ୍ କଲେ ବିଧାୟକ ଦାମୋଦର ରାଉତ। ସେ କହିଛନ୍ତି, କଳିଙ୍ଗ ବାଲିଯାତ୍ରା ମଞ୍ଚ ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ଏକ ସାଂସ୍କୃତିକ ମଞ୍ଚ। ତେବେ ବିଜେଡି ନେତା ଓ ମନ୍ତ୍ରୀମାନେ ଏଠାରେ ଆସି ବିଜୁଙ୍କ ସ୍ମୃତି ବଦଳରେ ନିଜ ଦଳର ମୁଖିଆଙ୍କ ସ୍ମୃତି ଗାନ କରୁଛନ୍ତି। ଏହା ଆଦୌ ଠିକ୍ ନୁହଁ ବୋଲି ଦାମ କହିଛନ୍ତି।
ଅନ୍ୟପଟେ ଦାମଙ୍କ କଥାର ଜବାବ ଦେଇଛନ୍ତି ମହୋତ୍ସବରେ ସାମିଲ୍ ହୋଇଥିବା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ସେ କହିଛନ୍ତି, ଆଜି କେଉଁଥି ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ବଡ଼ଭାଇ ଭାବେ ଦାମ ନିଜେ ହୃଦୟଙ୍ଗମ କରନ୍ତୁ। ଏହା ରାଜନୈତିକ ମଞ୍ଚ ନୁହେଁ ତେଣୁ ଏଭଳି କଥା କହି ସାଂସ୍କୃତିକ ପରମ୍ପରା ଭଙ୍ଗ କରିବା ଆଦୌ ଉଚିତ ନୁହେଁ।