ଦଳରୁ ବହିଷ୍କୃତ ପରେ ଦାମ ଦେଲେ ପ୍ରତିକ୍ରିୟା

ଭୁବନେଶ୍ୱର : ଦଳରୁ ବହିଷ୍କୃତ ପରେ ସୋଶାଲ୍‌ ମଡିଆରେ  ଦାମ ଦେଲେ ପ୍ରତିକ୍ରିୟା । ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି, ମୁଁ କହିଥିବା ପ୍ରସଙ୍ଗ ଗୁଡିକ ଦଳ ବିରୋଧୀ ଥିଲା , ନା ଦୁର୍ନୀତି ବିରୋଧୀ ଥିଲା , ଏହା ଓଡ଼ିଶାବାସୀ ବିଚାର କରିବେ। ଦୁର୍ନୀତି ଗୁଡିକର ତହନ୍ତ ନକରି ପଦକ୍ଷେପ ନେବା କେତେ ଯୁକ୍ତିଯୁକ୍ତ । ସତ୍ୟକୁ ସାମ୍ନା କରିବାକୁ ଏତେ ଡ଼ର କାହିଁକି ।

ଏହାସହ ଫୋନ୍ ଯୋଗେ ଓଟିଭିକୁ ପ୍ରତିକ୍ରିୟା ଦେଇ ଦାମ କହିଛନ୍ତି, ମୋତେ ନଜଣାଇ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଥିଲା। ସେହିପରି ପୂର୍ବରୁ ଉପସଭାପତି  ଓ ପର୍ଯ୍ୟବେକ୍ଷକ ପଦରୁ ବହିଷ୍କାର କରାଯାଇଥିଲା। ଆଗରୁ କୋଉ ଦଳରେ ରଖିଥିଲେ ଯେ, ଏବେ ରଖିବେ।

ଆଉ ମଧ୍ୟ କହିଛନ୍ତି, ଦଳରେ ୩ ଜଣ ବିଧାୟକ ଓ ଗଡ ଫାଦରଙ୍କ ନିଷ୍ପତ୍ତିରେ କାମ ହେଉଛି। ବିଭିନ୍ନ ଦୁର୍ନୀତି ବିଷୟରେ ଯଦି ମୁଁ କହି ଭୁଲ୍‌ କରିଛି ତାହେଲେ ରାଜ୍ୟବାସୀ ବିଚାର କରିବେ ବୋଲି ଦାମ ରାଉତ କହିଛନ୍ତି। ଏହା ସହିତ ସେ ବିଜୁଙ୍କ ଆଦର୍ଶରେ ରାଜନୀତିକୁ ଆସିଛନ୍ତି ,ତାଙ୍କ ନାମରେ ହିଁ ରାଜନୀତି କରିବେ ବୋଲି ଦାମ କହିବା ସହିତ ଅନ୍ୟ ଦଳକୁ ଯିବାର ପ୍ରଶ୍ନ ନାହିଁ ବୋଲି ଦାମ ସ୍ପଷ୍ଟ କହିଛନ୍ତି।

ଏହା ସହ ମଧ୍ୟ ପଢନ୍ତୁ – ବିଜେଡିରୁ ଦାମ ରାଉତ ବହିଷ୍କୃତ

 

You might also like