ବିଜୁ ଅାଦର୍ଶକୁ ନେଇ ନୂଅା ଦଳ ଗଠନର ସଙ୍କେତ ଦେଲେ ଦାମ

ଭୁବନେଶ୍ୱର : ଓଡ଼ିଶାରେ ବିଜୁ ଅାଦର୍ଶକୁ ନେଇ ନୂଅା ଦଳ ଗଠନର ସଙ୍କେତ ଦେଲେ ବରିଷ୍ଠ ବିଧାୟକ ଦାମୋଦର ରାଉତ । ଦାମ କହିଛନ୍ତି ବିଜୁଙ୍କ ନୀତି ଅାଦର୍ଶକୁ ମାନୁଥିବା ଲୋକଙ୍କୁ ନେଇ ନୂଅାଦଳ ଗଠନ ହେବାର ସମ୍ଭାବନା ରହିଛି ।

ତା ସହ ବିଜେଡିରେ ଏବେ ବିଜୁ ପଟ୍ଟନାୟକଙ୍କ ସଙ୍ଗେ କାମ କରିଥିବା, ତାଙ୍କୁ ଦେଖିଥିବା କିମ୍ବା ତାଙ୍କ ଅାଦର୍ଶରେ ଅନୁପ୍ରାଣିତ ହୋଇଥିବା କୌଣସି ଲୋକ ନାହାନ୍ତି ବୋଲି କହିଛନ୍ତି ଦାମ। କେତେଜଣ ଲୋକ ବିଜୁବାବୁଙ୍କ ନାଁକୁ ବିକି କ୍ଷମତାରେ ରହିବା ପାଇଁ ନବୀନଙ୍କ ନେତୃତ୍ୱରେ ପ୍ରୟାସ କରୁଥିବା ଦାମ କହିଛନ୍ତି ।

ସେପଟେ ଦାମଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ବିଜୁଙ୍କ ନାଁରେ ଗୋଟିଏ ଦଳ ଅଛି, ଅାଉ ଗୋଟିଏ ଦଳ ଗଠନ କଲେ ଲୋକ କଣ ଗ୍ରହଣ କରିବେ କି ?

 

You might also like