ନୂଆ ଦଳ ଗଢ଼ିବା ନେଇ ଦାମ ରାଉତଙ୍କ ଘୋଷଣା

ଭୁବନେଶ୍ୱର : ଏ ମାସରେ ଦାମ ଗଢିବେ ନୂଆ ଦଳ। ଏନେଇ ଆଜି ସେ ଘୋଷଣା କରିଛନ୍ତି । ଅକ୍ଟୋବର ଶେଷ ସୁଦ୍ଧା ଘୋଷଣା ହେବ ନୂଆ ଦଳ । ଦାମ କହିଛନ୍ତି , ‘ବିଜୁଙ୍କ ନାଁ ରେ ହେବ ନୂଆ ଦଳ । ଏବେ ବିଜେଡିରେ ନକଲି ଲୋକ ଅଛନ୍ତି । ନୂଆ ଦଳରେ ଅସଲି ବିଜେଡି ଲୋକ ରହିବେ’ ।

ଉଲ୍ଲେଖନୀୟ ଯେ , ଦାମ ରାଉତ ନୂଆ ଦଳ ଗଢ଼ିବା ନେଇ ରାଜ୍ୟ ରାଜନୀତିରେ କଳ୍ପନାଜଳ୍ପନା ଚାଲିଥିଲା। କିଛିଦିନ ତଳେ ଓଡ଼ିଶାରେ ବିଜୁ ଅାଦର୍ଶକୁ ନେଇ ନୂଅା ଦଳ ଗଠନର ସଙ୍କେତ ଦେଇଥିଲେ ବରିଷ୍ଠ ବିଧାୟକ ଦାମୋଦର ରାଉତ । କହିଥିଲେ ବିଜୁଙ୍କ ନୀତି ଅାଦର୍ଶକୁ ମାନୁଥିବା ଲୋକଙ୍କୁ ନେଇ ନୂଅାଦଳ ଗଠନ ହେବାର ସମ୍ଭାବନା ରହିଛି ।

ତା ସହ ବିଜେଡିରେ ଏବେ ବିଜୁ ପଟ୍ଟନାୟକଙ୍କ ସଙ୍ଗେ କାମ କରିଥିବା, ତାଙ୍କୁ ଦେଖିଥିବା କିମ୍ବା ତାଙ୍କ ଅାଦର୍ଶରେ ଅନୁପ୍ରାଣିତ ହୋଇଥିବା କୌଣସି ଲୋକ ନାହାନ୍ତି ବୋଲି କହିଥିଲେ ଦାମ। କେତେଜଣ ଲୋକ ବିଜୁବାବୁଙ୍କ ନାଁକୁ ବିକି କ୍ଷମତାରେ ରହିବା ପାଇଁ ନବୀନଙ୍କ ନେତୃତ୍ୱରେ ପ୍ରୟାସ କରୁଥିବା ମଧ୍ୟ ସେ କହିଥିଲେ ।

You might also like