ମହାପ୍ରଭୁ ଜଗନ୍ନାଥଙ୍କୁ ବିପଦ; ଶ୍ରୀଅଙ୍ଗରେ ବାଜୁଛି ଥଣ୍ଡା ପବନ

ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ବାଜୁଛି ଥଣ୍ଡା ପବନ। ଏହାଦ୍ୱାରା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଫୁଲ, ତୁଳସୀ  ଓଦାଳିଆ ରହୁଥିବାରୁ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା କହିଛନ୍ତି ସେବାୟତ। ଏ ସଂପର୍କରେ ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କୁ ଚିଠି ଦିଆଯାଇଛି।

ଏପରିକି ଏସି ନଲଗାଇବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତି ମଧ୍ୟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅଭିଯୋଗ କରିଛନ୍ତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସେବା କେବଳ ଦଇତାପତିମାନେ କରିଥାନ୍ତି।

ଘଷାପଦା,ପଇତା ଲାଗି, ରାହୁରେଖା, ଚିତାଲାଗି ଆଦି ନୀତି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଅଭିଜ୍ଞ ଦଇତାପତିମାନେ ଅନୁଧ୍ୟାନ କରିଥାନ୍ତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ପାଇଁ ଏସି ର ଆବଶ୍ୟକତା ନାହିଁ ବୋଲି ଦଇତାପତି କହିଛନ୍ତି। ଅନ୍ୟପଟେ ମହାପ୍ରଭୁଙ୍କ ବନକଲାଗି ସେବକ କହିଛନ୍ତି ଗର୍ଭଗୃହ ଉପରେ ସିଲିଂ ହୋଇଛି। ବାୟୁ ଚଳାଚଳ ପାଇଁ ଭେନ୍ତିଲେଟ୍‌ର ଦରକାର। ହେଲେ ଏବେ କାମ କରୁନି। ଏସି ପବନ ମାଡ଼ ନହେଲେ ସେବକଙ୍କ ପାଇଁ ସେବା କରିବାରେ ଅସୁବିଧା ଉପୁଜିବାର ଆଶଙ୍କା ରହିଛି ବୋଲି କହିଛନ୍ତି ଦତ୍ତମହାପତ୍ର ସେବକ।

 

You might also like