ରାଜ୍ୟପାଳଙ୍କୁ ଭେଟିଲେ ଦଇତାପତି ନିଯୋଗର ୬ ଜଣିଆ ଟିମ୍
ଭୁବନେଶ୍ୱର: ଦଇତାପତି ନିଯୋଗର ୬ ଜଣିଆ ଟିମ୍ ରାଜ୍ୟପାଳଙ୍କୁ ଭେଟିଛନ୍ତି। ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି। ରେକର୍ଡ ଅଫ୍ ରାଇଟ୍ ଉଚ୍ଛେଦ ନ କରିବାକୁ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି। ସମସ୍ତ ଦଇତାପତି ବଂଶାନୁକ୍ରମିକ ସେବା ଉଚ୍ଛେଦ ନକରିବାକୁ ସେମାନେ ଦାବି ଜଣାଇଛନ୍ତି। ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ସହ ଭକ୍ତଙ୍କୁ ଭଲ ବ୍ୟବହାର ପାଇଁ ରାଜ୍ୟପାଳ ଦଇତାପତିଙ୍କୁ ପରାମର୍ଶ ଦେଇଛନ୍ତି।
ଅନ୍ୟପଟେ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ନେଇ ଆଜି ଅପରାହ୍ନ ୪ଟାରେ ଛତିଶାନିଯୋଗ ବେଠକ ବସିବ। ସୁପ୍ରିମକୋର୍ଟରେ ଦାଖଲ ହେବାକୁ ଥିବା ସତ୍ୟପାଠ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ପ୍ରମୁଖ ଯୋଗ ଦେବେ। ଏଥିରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ସମ୍ପର୍କରେ ଆଲୋଚନା ହେବ।