ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ବାସୁଦେବପୁର: ଓମଫେଡ୍ ପକ୍ଷରୁ କ୍ଷୀର ସଂଗ୍ରହ କରିବା ପାଇଁ ମନା କରିଦେବା ପରେ ରାସ୍ତାରେ କ୍ଷୀର ଢାଳିଲେ ଚାଷୀ। ଭଦ୍ରକ ଜିଲ୍ଲା ବାସୁଦେବପୁରର ଚାଷୀମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଗତକାଲି ରାତିରେ ନିମ୍ନମାନର କ୍ଷୀର ଦର୍ଶାଇ ଓମଫେଡ୍‌ ପକ୍ଷରୁ କ୍ଷୀର ନିଆଯାଇ ନ ଥିଲା। ଏହାର ପ୍ରତିବାଦ କରି ଚାଷୀମାନେ ପ୍ରାୟ ୧୨ଶହ ଲିଟରରୁ ଅଧିକ କ୍ଷୀର ରାସ୍ତାରେ ଢାଳି ଦେଇଥିଲେ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗିବା ସହ ଆନ୍ଦୋଳନ ପାଇଁ ଚାଷୀମାନେ ଚେତାବନୀ ଦେଇଛନ୍ତି।

You might also like