ବାଲେଶ୍ୱରରେ ଧରା ପଡ଼ିଲା ଡକାୟତି ଗ୍ୟାଙ୍ଗ୍‌; ୫ ଗିରଫ

ବାଲେଶ୍ୱର: ଡକାୟତ ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍‌ ହାତରେ ଧରା ପଡିଲା ଡକାୟତି ଗ୍ୟାଙ୍ଗ୍‌। ସହଦେବଖୁଣ୍ଟା ପୁଲିସ୍‌ ୫ ଜଣିଆ ଡକାୟତି ଗ୍ୟାଙ୍ଗ୍‌କୁ ଧରିଛି।

ଏହି ଗ୍ୟାଙ୍ଗ୍‌ ଗୁରୁବାର ରାତିରେ ସହଦେବଖୁଣ୍ଟା ଚୁଡାକୁଟା ସାହିରେ ମାରଣାସ୍ତ୍ର ଧରି ଡକାୟତ ପାଇଁ ଯୋଜନା କରୁଥିବା ଖବର ପାଇ ପୁଲିସ୍‌ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା। ଗିରଫ ଡକାୟତଙ୍କ ପାଖରୁ ପୁଲିସ୍‌ ବିଭିନ୍ନ ମାରାଣାସ୍ତ୍ର ଜବତ କରିଛି।

ଧରା ପଡ଼ିଥିବା ଏହି ଦୁର୍ବୃତ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକଧିକ ମାମଲା ରହିଛି। ଏଥସହ ଏହି ଦୁର୍ବୃତ୍ତଙ୍କ ମଧ୍ୟରୁ ଦୁଇ ଜଣ ପୁଲିସ୍‌ର ଓ୍ୱାଣ୍ଟେଡ୍ ତାଲିକାରେ ମଧ୍ୟ ରହିଛନ୍ତି।

You might also like