ରାତି ଅଧରେ ଘରେ ପଶି ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୨୦ ଭରି ସୁନା, ୧ଲକ୍ଷ ୩୦ ହଜାର ଟଙ୍କା

ବାଲେଶ୍ୱର: ରାତି ଅଧରେ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିଲେ ଡକାୟତ। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ର ରାଉତରାପୁର ଗାଁରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।

ଗତକାଲି ବିଳମ୍ବିତ ରାତିରେ ୪ ଜଣ ଡକାୟତ ରାଉତରାପୁର ଗାଁର ସୁଶାନ୍ତ ମାହାର୍ଣ୍ଣାଙ୍କ ଘରେ ପଶିଥିଲେ। ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଡକାୟତମାନେ ପ୍ରଥମେ ଘରର କବାଟ ବାଡ଼େଇ ଥିଲେ। କବାଟ ଖୋଲିବା ମାତ୍ରେ ସେମାନେ ଘରେ ପଶି ଯାଇଥିଲେ।ଏହାପରେ ବନ୍ଧୁକ ଓ ଛୁରୀ ଦେଖାଇ ଘରେ ଥିବା ପ୍ରାୟ ୨୦ ଭରି ସୁନାଗହଣା ସହିତ ୧ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଥିଲେ। ଏଥିସହ ଏକ ଡକାୟତମାନେ ଏକ ବାଇକ୍‌ ମଧ୍ୟ ନେଇ ଯାଇଥିଲେ।

ଘଟଣାସ୍ଥଳରେ ଦୁର୍ଗାଦେବୀ ଫାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଛି।

You might also like