ଡକାୟତି ଯୋଜନା କରୁଥିବା ବେଳେ ଧରିଲା ପୁଲିସ୍
ଯାଜପୁର: ଯାଜପୁରରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ଗତକାଲି ରାତିରେ ଯାଜପୁର ଦେଉଳି ପାହାଡ଼ ନିକଟରେ ଡକାୟତି ଯୋଜନା କରୁଥିବା ୬ ଜଣ ଡକାୟତଙ୍କୁ ଧର୍ମଶାଳା ପୁଲିସ୍ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ୨ଟି ବାଇକ୍, ବିଭିନ୍ନ ମାରଣାସ୍ତ୍ର ସହ ଏଟିଏମ୍ କାର୍ଡକୁ ପୁଲିସ୍ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାବେଳେ ପୁଲିସ୍ ସେମାନଙ୍କୁ କୋର୍ଟ ଚାଲାଣ କରିଛି।
ଯାଜପୁର: ଯାଜପୁରରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ଗତକାଲି ରାତିରେ ଯାଜପୁର ଦେଉଳି ପାହାଡ଼ ନିକଟରେ ଡକାୟତି ଯୋଜନା କରୁଥିବା ୬ ଜଣ ଡକାୟତଙ୍କୁ ଧର୍ମଶାଳା ପୁଲିସ୍ ଗିରଫ କରିଛି।
ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ୨ଟି ବାଇକ୍, ବିଭିନ୍ନ ମାରଣାସ୍ତ୍ର ସହ ଏଟିଏମ୍ କାର୍ଡକୁ ପୁଲିସ୍ ଜବତ କରିଛି।
ଗିରଫ ଅଭିଯୁକ୍ତଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାବେଳେ ପୁଲିସ୍ ସେମାନଙ୍କୁ କୋର୍ଟ ଚାଲାଣ କରିଛି।