IFS ଅଭୟକାନ୍ତ ପାଠକ ମାମଲାରେ ୨୦ ଜଣିଆ SIT ଟିମ୍ ଗଠିତ

ଭୁବନେଶ୍ୱର: IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଗିରଫ କଲା ପରେ ଏବେ ତଦନ୍ତ ପରିସରକୁ ବଢ଼ାଇଛି ଭିଜିଲାନ୍ସ। ଖାଲି ପାଠକ ନୁହେଁ ପାଠକ ଫ୍ୟାମେଲି ଏବଂ କୋ୍କୁ ଧରିବାକୁ ପ୍ରସ୍ତୁତ ହୋଇଛି ରୂପରେଖ। ଏଥିପାଇଁ ୨୦ ଜଣିଆ SIT ଟିମ୍ ଗଠିନ କରାଯାଇଛି। ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ନବଗଠିତ ଏହି SIT ଟିମ୍‌ର ପ୍ରଥମ ବୈଠକ ମଧ୍ୟ ହୋଇଛି।  ତଦନ୍ତ କେମିତି ଓ କିପରି ଭାବେ ହେବ ସେ ନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି।

ପାଠକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳରେ କେଉଁ ମାନେ ସଂପୃକ୍ତ ? ଏହି ସମ୍ପତ୍ତି ସମ୍ପର୍କରେ କିଏ କିଏ ଜାଣିଥିଲେ ? ଏସବୁର ଉତ୍ତର ଖୋଜିବା ପାଇଁ ଏହାସହ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ଏବେ ନୋଟିସ୍ କରିବ ଭିଜିଲାନ୍ସ।

୧୬୦ ସିଆର୍ପିସିରେ ନୋଟିସ୍ କରି ପଚରାଉଚରା କରିବ। ବ୍ୟାଙ୍କ ଅଫିସର୍, ବନ ବିଭାଗର କର୍ମଚାରୀ, ପାଠକଙ୍କ ସମ୍ପର୍କୀୟ, ପାଠକଙ୍କ ପାଖରେ କାମ କରୁଥିବା କର୍ମଚାରୀ ଏବଂ ତାଙ୍କ ପାଇଁ କାମ କରୁଥିବା ଅନ୍ୟ କର୍ମଚାରୀଙ୍କୁ ଗୁଡ଼ାଇ ତୁଡ଼ାଇ ଘାଣ୍ଟିବ ଭିଜିଲାନ୍ସ।

 

ଯେଉଁ କମ୍ପାନୀ ଜରିଆରେ ମହଙ୍ଗା ଗାଡ଼ି କିଣାଯାଇଛି, ତାଙ୍କୁ ବି ଭିଜିଲାନ୍ସ ଡାକି ଜେରା କରିବ। କେଉଁଠୁ ଏତେ ପରିମାଣର ସମ୍ପର୍ତ୍ତି ଆସିଲା ? ଏହା ବିନିଯୋଗ କେଉଁଠୁ ହୋଇଛି ସେ ଖିଅ ବି ଖୋଜିବ। ଭିଜିଲାନ୍ସ ପାଖରେ ହାଜର ହୋଇ ନୋଟିସ୍ ପାଇଥିବା ବ୍ୟକ୍ତି ବୟାନ ରେକର୍ଡ କରିବେ। ଯାଞ୍ଚ ବେଳେ ଏକାଧିକ ଗୁପ୍ତ ଫାଇଲ୍ ହାତରେ ଲାଗିଛି। ଯାହାକୁ ତଦନ୍ତ ପରିସରଭୁକ୍ତକୁ ନେବ ଏସ୍ଆଇଟି। ଗତକାଲିଠୁ ଗିରଫ ହୋଇ ପାଠକ ବାପା, ପୁଅ ଝାରପଡ଼ା ଜେଲ୍‌ରେ ଅଛନ୍ତି।

You might also like