ଅତି ଭୀଷଣ ରୂପ ନେଲା ଅମ୍ପନ, ଆଗକୁ ଆହୁରି ଭୟଙ୍କର ହେବ

ଭୁବନେଶ୍ୱର: ଅତି ଭୀଷଣ ରୂପ ନେଲା ବାତ୍ୟା ଅମ୍ପନ। ଆସନ୍ତା ୨୪ ଘଣ୍ଟାରେ ଆହୁରି ଭୟଙ୍କର ରୂପ ନେବ। ଏବେ ପାରାଦୀପର ଦକ୍ଷିଣରେ ୯୬୦ କିମି ଦୂରରେ ରହିଛି ଅମ୍ପନ। ଦିଘା ଠାରୁ ଦକ୍ଷିଣ ଦକ୍ଷିଣପଶ୍ଚିମରେ ୧୧୧୦ କିମି ଦୂରରେ ଏହା ରହିଛି। ଶେଷ ୬ ଘଣ୍ଟାରେ ଘଣ୍ଟାପ୍ରତି ୫ କିମି ବେଗରେ ଗତି କରୁଛି ଅମ୍ପନ। ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ମୁହାଁ ହୋଇ ଗତି କରିବ। ଦିଘା ଓ ହାତିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା ରହିଛି। ୨୦ ଅପରାହ୍ନରେ ଲ୍ୟାଣ୍ଡଫଲ୍ ପରେ ଭୟଙ୍କର ରୂପ ନେବ ବାତ୍ୟା ଅମ୍ପନ।

ବାତ୍ୟା ଅମ୍ପନ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା, ଓଡ଼ିଶା ଉପରେ ନିଶ୍ଚିତ ରୂପେ ପ୍ରଭାବ ପକାଇବ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଅମ୍ପନ। ବିଶେଷତଃ ଉତ୍ତର ଓଡ଼ିଶା ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ ବୋଲି ଆଇଏମଡି ଡିଜି କହିଛନ୍ତି।

ସେ କହିଛନ୍ତି, ରାଜ୍ୟରେ ୧୮ ତାରିଖ ସାରୁ ବର୍ଷା ଓ ପବନ ଆରମ୍ଭ ହୋଇ ୨୦ ତାରିଖ ସକାଳ ଯାଏଁ ବଢ଼ିବଢ଼ି ଚାଲିବ। ଉତ୍ତର ଓଡ଼ିଶାରେ ଅତିପ୍ରବଳ ବର୍ଷା ହେବା ସହ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫, ଏମିତିକି ୯୫ କିଲୋମିଟର ଯାଏଁ ମଧ୍ୟ ପହଞ୍ଚିପାରେ।

କେଉଁଠି ଅଛି ବାତ୍ୟା?

ପାରାଦୀପଠାରୁ ଦକ୍ଷିଣକୁ ୯୬୦ କିଲୋମିଟର ଅଛି ବାତ୍ୟା

ଦୀଘାଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମକୁ ୧୧୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ

ଆସନ୍ତା ୨୪ ଘଣ୍ଟା ଯାଏ ଏହା ଉତ୍ତର ଦିଗରେ ଗତି କରିବ

୧୯ ସକାଳୁ ଏହା ଅତି ଭୟଙ୍କର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ

ରାଜ୍ୟରେ ୧୮ ତାରିଖ ସଂଧ୍ୟାରୁ ବର୍ଷା, ପବନ ଆରମ୍ଭ ହେବ

୧୯ ତାରିଖରେ ଘଣ୍ଟାପ୍ରତି ମାତ୍ର ୭୫ରୁ ୮୫ କିମି ବେଗରେ ପବନ

୨୦ ତାରିଖ ଅପରାହ୍ଣରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ପବନର ବେଗ

ବେଳେ ବେଳେ ୧୩୫ କିଲୋମିଟର ରହିବ ପବନର ବେଗ

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଆଖି ବୁଜିଲେ ୧୬ କରୋନା ଆକ୍ରାନ୍ତ

Corona Update In Odisha: ଆଜି ବି ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ତଳେ

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ଟ୍ରେନ୍ ଇଞ୍ଜିନ୍ ଲାଇନଚ୍ୟୁତ

ବୃଦ୍ଧ ଦମ୍ପତିଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ବର୍ଷା ହେଲେ ବସ୍ତିରେ ଚିନ୍ତା, ବାରମ୍ବାର ପ୍ରତିଶ୍ରୁତି ପରେ ବି କରାଯାଉନି ଥଇଥାନ

ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା

ବଗଲା ଧର୍ମଶାଳା ଜମିକୁ ନେଇ ଗୋଟିକ ପରେ ଗୋଟିଏ ବିଭ୍ରାନ୍ତି

ମନ୍ତ୍ରୀଙ୍କ ଦାୟିତ୍ୱହୀନତା: ଜୀବିତ ସମୀର ଦେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତାପ ଜେନା

ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲା ଏନ୍‌ୟୁଜେ

ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

ନଭେମ୍ବର ୫ରୁ +୨ ଅପ୍‌ସନାଲ ପରୀକ୍ଷା

You might also like