ସ୍ଥଳଭାଗ ଛୁଇଁଲା ‘ପେତାଇ’

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁଲା ଘୂର୍ଣ୍ଣିଝଡ଼ ‘ପେତାଇ’। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ କାଟ୍ରେନିକୋଣା ନିକଟରେ ‘ପେତାଇ’ ସ୍ଥଳଭାଗ ଛୁଇଁଛି ।

ତେବେ ସ୍ଥଳଭାଗ ଛୁଇଁବା ପୂର୍ବରୁ ସମୁଦ୍ରରେ ଏହା ଦୁର୍ବଳ ହୋଇ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁଛି। ଏହାର  ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି।

ପେତାଇକୁ ମୁକାବିଲା କରିବା ପାଇଁ ଆନ୍ଧ୍ରପ୍ରଦେଶରେ ସରକାର ତତ୍ପର ହୋଇଛନ୍ତି। ୧୨ଟି NDRF ଟିମ୍ ମହଜୁଦ ରହିବା ସହ ୬ଟି ଜିଲ୍ଲାର ୩୫୦ ଗାଁର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ୨୨ଟି ଟ୍ରେନ୍ ବାତିଲ୍‌ କରାଯାଇଛି।

ଆହୁରି ମଧ୍ୟ ପଢ଼ନ୍ତୁ: ‘ପେତାଇ’ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ

You might also like