ଲଘୁଚାପ ସଂପର୍କରେ ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା

ଅାସନ୍ତା ୬ ଘଣ୍ଟା ମଧ୍ୟରେ ବାତ୍ୟା

ଭୁବନେଶ୍ୱର : ମାଡ଼ି ଅାସୁଛି ଝଡ଼ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍, ସାଇକ୍ଳୋନିକ୍ ଷ୍ଟ୍ରମ୍ ବା ଝଡ଼ ବାତ୍ୟାର ରୂପ ନେବାକୁ ଯାଉଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୬୦ରୁ ୭୦ କି.ମି ବେଗରେ ପବନ ବହିବାର ଅାଶଙ୍କା ରହିଛି।

ଏଥିଯୋଗୁଁ ୫ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ କ୍ଷୟକ୍ଷତି ଘଟିବାର ଅାଶଙ୍କା ରହିଛି। ରାତି ପ୍ରାୟ ୧୨ଟା ବେଳକୁ ସାଇକ୍ଳୋନିକ୍ ଷ୍ଟ୍ରମ୍ ଗୋପାଳପୁର ନିକଟରେ ସ୍ଥଳଭାଗକୁ ଛୁଇଁବାର ସମ୍ଭାବନା ରହିଛି।

ସେପଟେ ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବାତ୍ୟା ଓ ପରିସ୍ଥିତର ସମୀକ୍ଷା କରିଛନ୍ତି । ଅାଇଏମଡିର ସଦ୍ୟ ସୂଚନା ଅନୁସାରେ ଏହା ଗୋପାଳପୁର ଠାରୁ ପ୍ରାୟ ୧୩୦ କି.ମି ଦୂରରେ ରହିଛି । ଘଣ୍ଟା ପ୍ରତି ୨୩ କିଲୋମିଟର ବେଗରେ ଗତି କରୁଛି।

ଏହାସହ ମଧ୍ୟ ପଢନ୍ତୁ – ପ୍ରବଳ ବର୍ଷା ସହ ଝଡ଼ବାତ୍ୟା ସମ୍ଭାବନା

You might also like