ଘର ଉପରେ ଥିବା ଗୋଟିଏ ପରିବାରର ୬ ନିଖୋଜ

ଗଞ୍ଜାମ  : ବାତ୍ୟା ‘ତିତ୍‌ଲି’ ପରେ ଅଘଟଣ । ଘର ସହ ନଈରେ ଭାସିଗଲେ ୬ ଜଣ । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ଗାଜଲବାଡ଼ି ପଞ୍ଚାୟତର ଭୂତପଙ୍କାଳ ଗାଁରେ ଘଟିଛି ଅଘଟଣ । ଗାଜଲବାଡ଼ି ପଞ୍ଚାୟତ ଭୂତପଙ୍କାଳ ଗାଁର ଗୋଟିଏ ପରିବାରର ୬ ଜଣ ବନ୍ୟା ଜଳରେ ଭାସି ଯାଇ ନିଖୋଜ ଅଛନ୍ତି ।

ଗାଁ ଦେଇ ଯାଇଥିବା ଅଡ଼ାଙ୍ଗି ନଦୀରେ ହଠାତ୍ ପାଣି ଅାସିବାରୁ ୬ ଜଣ ଭାସି ଯାଇଥିବ ସୂଚନା ମିଳିଛିା  ପାଣି ଅାସିବାରୁ ଏମାନେ ଘର ଛାତ ଉପରେ ଛଢ଼ି ଯାଇଥିଲେ । ଏହାପରେ ଏମାନେ ନଦୀ ଜଳରେ ଭାସି ଯାଇଥିବା ସୂଚନା ମିଳିଛି । ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗେ ବିଜୟ । ତେବେ ପ୍ରବଳ ବର୍ଷା ଯୋଗୁଁ ଏମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁନି।

 

You might also like