ଏବେ କେଉଁଆଡ଼କୁ ଯାଉଛି ବାତ୍ୟା  ?

ଓଡ଼ିଶା: ବାତ୍ୟା ଏବେ ପାରାଦୀପରୁ ୧୨୦ କିମି ପୂର୍ବରେ ଗତି କରୁଛି ବୋଲି ସୂଚନା ଦେଇଛନ୍ତି, IMD ସାଇକ୍ଲୋନ ୱାର୍ଣ୍ଣିଂ ମୁଖ୍ୟ ଆର୍.କେ ଜେନାମଣି।

ପାରାଦୀପରୁ ବାତ୍ୟା ତୀବ୍ରତା ଅପସରି ଯାଇଥିବା ବେଳେ ପବନ ବି ଧୀରେଧୀରେ କମୁଛି। ଏହାପରେ ବାଲେଶ୍ୱର ଅଞ୍ଚଳରେ ବାତ୍ୟାର ତୀବ୍ରତା ବଢ଼ିବ ବୋଲି ସୂଚନା ଦେଇଛନ୍ତି ଆର୍.କେ ଜେନାମଣି। ବାଲେଶ୍ୱରରେ ପବନ ବଢ଼ିବ। ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ଅମ୍ପନ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବୋଲି ସୂଚନା ଦେଇଛନ୍ତି ଜେନାମଣି।

ସେହିଭଳି ବାତ୍ୟା ଅପଡେଟ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଆକଳନ ଅନୁସାରେ ବାତ୍ୟା ଏବେ ଦକ୍ଷିଣରୁ ଉତ୍ତର ଆଡ଼କୁ ଗତି କରୁଛି। ପାରାଦୀପରେ ଏବେ ପବନ କମୁଛି।, ଭଦ୍ରକ, ବାଲେଶ୍ୱରରେ କ୍ରମେ ବଢ଼ୁଛି।

ବାତ୍ୟା ଧୀରେ ଧୀରେ ଓଡ଼ିଶା ଉପକୂଳ ଛାଡ଼ୁଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ ବିଭାଗ ଏଚ୍‌ଆର୍‌ ବିଶ୍ୱାସ।

You might also like