ୟାସର ପ୍ରଭାବରେ ଉପୁଡିଲା ବିରାଟ ବିରାଟ ଗଛ : ଯାତାୟତ ବାଧାପ୍ରାପ୍ତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ବାତ୍ୟା ୟାସ ପ୍ରଭାବ । ଗତକାଲି ଠାରୁ ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହୁଛି । ଆଜି ସକାଳୁ ହରିଚନ୍ଦନପୁର ବ୍ଲକରେ ପବନର ବେଗ ବଢ଼ିଥିବା ବେଳେ ଭୀଷଣ ପବନ ଯୋଗୁଁ ରାସ୍ତା ଉପରେ ବିରାଟ ବିରାଟ ଗଛ ଉପୁଡି ପଡିଛି । ଫଳରେ ଦୈତାରୀ – ପାରାଦ୍ୱୀପ ରାସ୍ତା ଅବରୋଧ ହୋଇଛି ଓ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସେପଟେ ବାତ୍ୟା ହାସ୍ ଓଡ଼ିଶା ଉପକୂଳ ପାଖାପାଖି ହେଉଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବା ସହ ପବନ ବହୁଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ୪୦ କିମି ଦୂରରେ ରହିଛି ଭୀଷଣ ସାମୁଦ୍ରିକ ବାତ୍ୟା ‘ୟାସ୍’ । ସେପଟେ ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ହେବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ସେ କହିଛନ୍ତି ଯେ, ବାତ୍ୟା ଏବେ ସମୁଦ୍ରରେ ୧୧ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି।

ଆକଳନ ଅନୁସାରେ ଦିନ ୧୦ଟା ରୁ ୧୧ ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବ। ବାସୁଦେବପୁର-ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ଥିବା କହିଲେ ଏସଆରସି। ତେବେ ବାତ୍ୟା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପବନ ସାଙ୍ଗକୁ ବର୍ଷା ମଧ୍ୟ ଲାଗିରହିଛି। ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନର ବେଗ ମଧ୍ୟ ବଢିଥିବା ନେଇ ସୂଚନା ମିଳିଛି।

You might also like