• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଭଦ୍ରକ ବାସୁଦେବପୁର-ବାହାନଗା ଭିତରେ ଲ୍ୟାଣ୍ଡଫଲ୍ କରିପାରେ ୟାସ୍। ବାତ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ ସମୟରେ ବାତ୍ୟାର ବେଗ ୧୪୦କିମି ୧୫୦କିମି ବେଗରେ ରହିବ। ବେଳେବେଳେ ୧୮୦ କିମି ପର୍ଯ୍ୟନ୍ତ ପବନର ବେଗ ରହିପାରେ। ରାତି ୯ଟାରୁ ପବନର ବେଗ ଓ ବର୍ଷା ବଢିବ। କାଲି ଭୋର ୫ଟାରୁ ୮ ଭିତରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବାତ୍ୟା ଲ୍ୟାଣ୍ଡଫଲର ପୂର୍ବ ୬ଘଣ୍ଟା ଓ ପର ୬ଘଣ୍ଟା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି।

ବାତ୍ୟା ଦିନ ତମାମ ରହି ସଂଧ୍ୟା ସୁଦ୍ଧା ଓଡ଼ିଶା ସୀମା ଅତିକ୍ରମ କରିବା ଆଶା କରାଯାଉଛି। ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ ୧୮୫ କିମି ବେଗରେ ପବନ ସମ୍ଭାବନା ରହିଛି। ଆଜି ରାତି ୯ଟା ପରଠାରୁ ପବନ ବେଗ ଧିରେ ଧିରେ ବଢ଼ିବ। ଲ୍ୟାଣ୍ଡଫଲ୍ ସ୍ଥାନ ଡାହାଣକୁ ୪ ମିଟର, ବାମକୁ ୨/୩ ମିଟର ଜୁଆର ଉଠିବ। ଆଜି ବର୍ଷା ଚାଲିଛି, କାଲିଯାଏ ଅତିପ୍ରବଳ ବର୍ଷା ଜାରି ରହିବ। ଏଯାଏ ପ୍ରାୟ ଅଢ଼େଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ରାତି ୯ଟା ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛୁ। ପ୍ରଭାବିତ ଜିଲ୍ଲାରେ ୩୫୦୦ ଆସନ୍ନ ପ୍ରସବା ଥିବା ଚିହ୍ନଟ ହୋଇଥିଲା। ସେଥିରୁ ୪ଶହରୁ ଅଧିକ ପ୍ରସୂତିଙ୍କର ପିଲା ଜନ୍ମ ହୋଇସାରିଥିବା ସୂଚନା ମିଳିଛି। ଅନ୍ୟମାନଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯିବା ପ୍ରକ୍ରିୟା ଚାଲିଛି। ପ୍ରଭାବିତ ଜିଲ୍ଲାର ସମସ୍ତ ପବ୍ଲିକ ବିଲ୍ଡିଂ ଖୋଲା ରଖାଯିବ। କୌଣସି କାରଣରୁ ସ୍ଥାନାନ୍ତରଣ ହୋଇନଥିଲେ ଉକ୍ତ କୋଠାରେ ରହିବେ ବୋଲି କହିଛନ୍ତି।

ବାତ୍ୟା ବେଳେ ଅମାନିଆକୁ ନେଇ କିଛି ପରାମର୍ଶ ଦେଇଛନ୍ତି SRC। ସେ କହିଛନ୍ତି ଯେ ଗାଁର ଅନେକ ଯୁବକମାନେ ପବନ ଓ ବର୍ଷା ସମୟରେ ବୁଲୁଛନ୍ତି। ପବନର ମଜା ନେଉଛନ୍ତି । ପବନ ହେଉତିବା ସମୟରେ ବାହାରେ ସେଲ୍ଫି ଉଠାଇବା ତାଙ୍କୁ ସଉକ ଲାଗୁଛି। ଆମେ ବାହାରେ ବୁଲିବା ସମୟରେ ସତର୍କତା ଅବଲମ୍ବନ ଗ୍ରହଣ କରୁଛୁ। କିନ୍ତୁ ବିନା ସତର୍କତାରେ ବାହାଦୂରୀ ଦେଖାଇ ଫଟୋ କିମ୍ବା ସେଲ୍ପି ଉଠାଇବା ଆଦୌ ଠିକ୍ ନୁହେଁ । ଏହାର ଅର୍ଥ ଆମେ ନିଜ ଜୀବନକୁ ବିପଦରେ ପକାଇବା ପାଇଁ ଚେଷ୍ଟା କରୁଛେ ବୋଲି ଏସଆରସି କହିଛନ୍ତି। ଏଥିରୁ ସମସ୍ତେ ନିବୃତ୍ତ ରହିବାକୁ ଆମେ ନିବେଦନ କରୁଛୁ।

Cyclone-yaas-to-make-landfall-by-tomorrow-morning
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories