‘ବାୟୁ’ ପାଇଁ ଓଡ଼ିଶାର ପରାମର୍ଶ ଲୋଡ଼ିଲା ଗୁଜରାଟ

ଭୁବନେଶ୍ୱର: ଗୁଜରାଟ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ବାୟୁ’। ଆସନ୍ତାକାଲି ସକାଳେ ଏହା ସ୍ଥଳଭାଗ ଛୁଇଁବ। ସେତେବେଳେ ଘଣ୍ଟା ପ୍ରତି ୧୪୦ ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ରରେ ଦେଢ଼ ମିଟର ପର୍ଯ୍ୟନ୍ତ ଢେଉ ଉଠିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବାତ୍ୟା ‘ବାୟୁ’ର ମୁକାବିଲା କରିବାକୁ ଗୁଜରାଟ ସରକାର ଓଡ଼ିଶାର ପରାମର୍ଶ ନେଇଛନ୍ତି। ବାତ୍ୟା ମୁକାବିଲା ସହିତ କ୍ଷୟକ୍ଷତି ହ୍ରାସ ଓ ପୁନର୍ବାସ ଏବଂ ଥଇଥାନାରେ ଓଡ଼ିଶାର ଅଭିଜ୍ଞତା ଥିବାରୁ ଗୁଜରାଟ ସରକାର ସହାୟତା ଲୋଡିଛନ୍ତି। ଆଜି ଏ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହିତ ଗୁଜରାଟରେ ମୁଖ୍ୟ ଶାସନ ସଚିବ ଜେ.ଏନ୍. ସିଂହ କଥା ହୋଇଛନ୍ତି।

ସୂଚନାଯୋଗ୍ୟ, ଭେରି ସିଭିୟର ସାଇକ୍ଲନିକ ଷ୍ଟର୍ମରେ ପରିଣତ ହୋଇଥିବା ‘ବାୟୁ’ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଗୁଜରାଟ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଏହା ବର୍ତ୍ତମାନ ଗୁଜରାଟଠାରୁ ୩୪୦କିଲୋମିଟର ଦୂରରେ ରହିଛି।

ଆହୁରି ପଢ଼ନ୍ତୁ

ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ: ମୃତକଙ୍କୁ ବଞ୍ଚାଇବାକୁ ଡାକ୍ତରଖାନାରେ ଝଡ଼ାଫୁଙ୍କା

ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

କଟକରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା!

ପୁଲିସ ହେପାଜତରେ ପୁଣି ମୃତ୍ୟୁ ଅଭିଯୋଗ

ସବୁ ସ୍କୁଲ୍‌ ପିଲାଙ୍କୁ ମିଳିବ ଜୋତା, ଡ୍ରେସ୍‌

ରେଡ଼ିଓ ଜକି ହେବେ କଏଦୀ , କହିବେ ମନର କଥା ଓ ନିଜ ପଶ୍ଚାତାପର କାହାଣୀ

ଦୁର୍ଦ୍ଦିନରେ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ; ଔଷଧ କିଣିବାକୁ ପାଖରେ ଅର୍ଥ ନାହିଁ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ଜୋରିମାନା

ପବିତ୍ର ସମ୍ପର୍କରେ ଲାଗିଲା ଦାଗ ; ଭଉଣୀ ଗର୍ଭରେ ଭାଇର ପାପ

ସିସିଟିଭିରୁ ପୁଲିସର ଗତିବିଧି ଦେଖି ଛୁ ମାରିଲା ରାଜାର ଭାଉଜ

ଦିନକର ଦରମା ବନ୍ଦ , କାହିଁକି ଏଯାଏ ଅଫିସ୍‌ ଆସିନ

ନର୍ସ ନିହାରିକା ହତ୍ୟା ଘଟଣାରେ ମିଳିଲା ନୂଆ ସୁରାକ୍‌

You might also like