ଭୟଙ୍କର ବାତ୍ୟାର ରୂପ ନେଲା ‘ତିତ୍‌ଲି’

ଭୁବନେଶ୍ୱର :  ଭୟଙ୍କର ହେଉଛି ‘ତିତ୍‌ଲି’। ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ତିତ୍‌ଲି। ଘଣ୍ଟା ପ୍ରତି ବେଗ ରହିଛି ୧୪ କିଲୋମିଟର। ଅାସନ୍ତାକାଲି ସକାଳେ ସ୍ଥଳଭାଗ ଛୁଇଁବ । ୧୩୦ରୁ ୧୪୫ କିଲୋମିଟର ବେଗରେ ପବନ ବହିବ ଏବଂ ବେଳେବେଳେ ୧୬୫କି.ମି. ଛୁଇଁବାର ଅାଶଙ୍କା ରହିଛି।

ପ୍ରବଳ ବର୍ଷା ସମ୍ଭାବନା :

-‘ତିତ୍‌ଲି’ ପ୍ରଭାବରେ ୧୧ଟି ଜିଲ୍ଲାରେ ବର୍ଷା ସହ ପବନର ବେଗ ଅାହୁରି ବଢିବା ଅାଶଙ୍କା ।

– ୭ଟି ଜିଲ୍ଲାରେ ରେଡ୍ ୱାର୍ଣିଂ ଜାରି ( ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର)।

– ୮ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣିଂ ।

ଅକ୍ଟୋବର ୧୧, ଗୁରୁବାର :

-ଅାସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୧ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ।

-୧୮ଟି ଜିଲ୍ଲାରେ ରେଡ୍ ଓ୍ୱାର୍ଣ୍ଣିଂ ଜାରି( ଗଜପତି, ଗଂଜାମ, ପୁରୀ, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର,ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର)।

ଫୁଲିବ ସମୁଦ୍ର :

–  ସମୁଦ୍ର ଅଧିକ ଅଶାନ୍ତ ରହିବା ଅାଶଙ୍କା

– ଏହି ସମୟରେ ଏକ ମିଟର ଉଚ୍ଚତାର ଜୁଅାର ଅାସିବା ସମ୍ଭାବନା

– ଲ୍ୟାଣ୍ଡଫଲ୍ ସମୟରେ ଗଂଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସମୁଦ୍ର କୂଳିଅା ତଳିଅା ଅଞ୍ଚଳରେ ପାଣି ଜମିବା ଅାଶଙ୍କା।

କ୍ଷୟକ୍ଷତି ଅାଶଙ୍କା :

– ବ୍ୟାପକ କ୍ଷୟକ୍ଷତି ହେବା ଅାଶଙ୍କା ।

– ଚାଳଘର ଭାଙ୍ଗିବା ସହ ଛପର ଉଡିଯାଇପାରେ।

– ପକ୍କା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ ।

-ଗଛର ଡାଳ ଭାଙ୍ଗିଯାଇପାରେ

-ବଡ ବଡ ଗଛ ଉପୁଡିପାରେ

-ବ୍ୟାପକ ଫସଲ ନଷ୍ଟ ହେବା ଅାଶଙ୍କା

-ଧାନ ଫସଲ, କଦଳୀ ଓ ଅମୃତ ଭଣ୍ଡା ଗଛ କ୍ଷତିଗ୍ରସ୍ତ ହେବା ଅାଶଙ୍କା

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା :

ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଅାବଶ୍ୟକ ପରିମାଣରେ ଖାଦ୍ୟ ମହଜୁଦ ରହିଛି।  ଏଥିପାଇଁ ଅାତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

ତଳିଅା ଅଞ୍ଚଳ ପାଇଁ SRCଙ୍କ ସୂଚନା:

-ବାତ୍ୟା ତିତ୍‌ଲି ଭୟଙ୍କର ରୂପ ନେବା ନେଇ SRC ସୂଚନା ଦେଇଛନ୍ତି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ସହ ବିଭିନ୍ନ ନଦୀରେ ବନ୍ୟା ଅାଶଙ୍କା ଥିବା ସେ କହିଛନ୍ତି ।

– ତଳିଅା ଅଞ୍ଚଳ ଗୁଡିକୁ ପାଇଁ ସତର୍କ ସୂଚନା ଦିଅାଯାଇଛି ।

-୮୩୬ଟି ବାତ୍ୟା ଅାଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ କୁହାଯାଇଛି। ଏପରିକି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ କରାଯାଇଥିବା ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

-NDRF, ଓଡ୍ରାଫ୍ ଟିମ୍ ଉପକୂଳ ଜିଲ୍ଲାରେ ପହଞ୍ଚିଛନ୍ତି । ବାୟୁସେନା ଓ ନୌସେନାକୁ ମଧ୍ୟ ଅବଗତ କରାଯାଇଛି ।

– ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ କଲେଜ ନିର୍ବାଚନ ହେବନି ବୋଲି ଏସଅାରସି କହିଛନ୍ତି।

You might also like