
ଦୁର୍ବଳ ହେଉଛି ‘ତିତ୍ଲି’
ଭୁବନେଶ୍ୱର: ବାତ୍ୟା ‘ତିତ୍ଲି’ ଲ୍ୟାଣ୍ଡଫଲ୍ କରିବା ପରେ ଏବେ ଧୀରେ ଧୀରେ ଦୁର୍ବଳ ହେଉଛି। ଆଜି ରାତି ସୁଦ୍ଧା ଏହା ଆହୁରି ଦୁର୍ବଳ ହେବ ବୋଲି ସୂଚନା ମିଳିଛି। ‘ତିତ୍ଲି’ର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ।
ଆସନ୍ତାକାଲି ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବା ସହ ପବନର ବେଗ ବି ହ୍ରାସ ପାଇବ। ‘ତିତ୍ଲି’ ଯୋଗୁ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି।
ଆହୁରି ପଢ଼ନ୍ତୁ