କରୋନା ସଙ୍କଟ ସମୟରେ ଓଡିଶା ପାଇଁ ବାତ୍ୟା ଭୟ ! ମେ’ ୧ରେ ଲଘୁଚାପ, ୩ରେ କରିପାରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ଏବେ କରୋନା ସଙ୍କଟ ସମୟ ଦେଇ ରାଜ୍ୟ ଗତି କରୁଥିବା ବେଳେ ଆଉ ଏକ ବିପଦ ଓଡିଶା ଉପରକୁ ଆସୁଛି। ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ଫନି ପରି ଭୟଙ୍କର ହୋଇପାରେ ବୋଲି ମଧ୍ୟ କୁହାଯାଉଛି।

ମେ’ ୧ ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। 

ପୁଣେ ସ୍ଥିତ Indian Institute of Tropical Metrology (IITM), ଓ  ଆମେରିକାର Global Forecast System (GFS)ର ସୂଚନା ଅନୁଯାୟୀ, ଏହି ସାଇକ୍ଲୋନିକ ସିଷ୍ଟମ ଭାରତୀୟ ଉପକୂଳ ଆଡକୁ ମୁହାଁଇ ମିଆଁମାର ଏବଂ ବାଂଲାଦେଶ ସୀମା ଆଡକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଉଛି।

ପୂର୍ବାନୁମାନରୁ ଜଣାପଡିଛି ଯେ, ଏହି ସାଇକ୍ଲୋନିକ ସିଷ୍ଟମ ପାଖାପାଖି ମେ’ ୪-୫ ଆଡକୁ ମିଆଁମାର-ବାଂଲାଦେଶରେ ଲ୍ୟାଣ୍ଡଫଲ କରିପାରେ।

IITM ମଡେଲର ପୂର୍ବାନୁମାନଯାୟୀ, ମେ ୧ ରେ ଆଣ୍ଡାମାନ ସାଗର ନିକଟରେ ସାଇକ୍ଲୋନେଜେନେସିସ୍ ହେବାର ପ୍ରାୟ ୪୦ ପ୍ରତିଶତ ସମ୍ଭାବନା ରହିଛି ଏବଂ ଏହା ଧୀରେଧୀରେ ମିଆଁମାର-ବାଂଲାଦେଶ ସୀମା ଆଡକୁ ଗତି କରିପାରେ। 

ସେହିପରି, ଆମେରିକାର National Oceanic and Atmospheric Sciences’ (NOAA) Global Forecast System (GFS)ର ପୂର୍ବାନୁମାନଯାୟୀ, ଏପ୍ରିଲ୍ ୩ ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଦକ୍ଷିଣ ପୂର୍ବରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହାପରେ ମେ ୧ରେ  ଏହି ସାଇକ୍ଲୋନିକ ସିଷ୍ଟମ ଆଣ୍ଡାମାନ ଓ ନିକୋବର ଦେଇ ଗତି କରିବ।

ଯେହେତୁ GFS ଅନୁଯାୟୀ ସାଇକ୍ଲୋନ ସବୁବେଳେ ଉତ୍ତର ଦିଗକୁ ଗତି କରିଥାଏ, ତେଣୁ ଏହି ସାଇକ୍ଲୋନିକ ସିଷ୍ଟମ ମେ ୨ ରେ ଆଣ୍ଡାମାନ ଓ ନିକୋବର ଅତିକ୍ରମ କରି ମିଆଁମାର ଆଡକୁ ଯିବ। ମେ’ ୩ ରେ ମିଆଁମାରରେ ଏହା ଲ୍ୟାଣ୍ଡଫଲ କରିପାରେ।

ତଥାପି ଓଡିଶା ପାଇଁ ଆଶ୍ୱସ୍ତି ପୂର୍ଣ୍ଣ ଖବର ଏହା ଯେ, ଏହି ଲଘୁଚାପ ଡିପ୍ରେସନରେ ପରିଣତ ହେବାପରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ଫଳରେ ଓଡିଶା ଉପରେ ଏତେ ମାତ୍ରାରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଆଶଙ୍କା କରାଯାଉଛି।

NOAA- GFS ମଡେଲ ପୂର୍ବାନୁମାନଯାୟୀ, ମେ ୨ ରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାଜପୁର, ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ପୁରୀ, ନୟାଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like