ବାଲେଶ୍ୱରରେ ବାତ୍ୟା ସମୀକ୍ଷା କଲେ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ

ବାତ୍ୟା ପରେ ସ୍ଥିତି ପରଖିବେ ମନ୍ତ୍ରୀ

  • ବାତ୍ୟା ୟାସ୍ ନେଇ ସମୀକ୍ଷା କଲେ ଜିଲ୍ଲାପାଳ, ଶକ୍ତି ମନ୍ତ୍ରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ
  • ବାତ୍ୟା ଆଶ୍ରୟ ସ୍ଥଳୀରେ ପାଣି, ଖାଦ୍ୟ ଯୋଗାଯାଇଥିବା ସୂଚନା
  • ପମ୍ପହାଉସରୁ ପାଣି ଉଠାଇ ଲୋକଙ୍କୁ ଯୋଗାଇ ଦିଆଯିବ: ଶକ୍ତି ମନ୍ତ୍ରୀ
  • କୋଭିଡ ହସ୍ପିଟାଲରେ ଷ୍ଟାଣ୍ଡବାଏ ଡିଜି, ଜେନେରେଟର ବ୍ୟବସ୍ଥା କରାଯାଇଥିବା ସୂଚନା

ବାଲେଶ୍ୱର: ବାତ୍ୟା ୟାସ୍ ନେଇ ସମୀକ୍ଷା କଲେ ବାଲେଶ୍ୱର ଜିଲ୍ଲାପାଳ, ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଜିଲ୍ଲାରେ ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀରେ ପାଣି, ଖାଦ୍ୟ ଏବଂ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥିବା ବେଳେ ଟୋଲଫ୍ରି ନମ୍ବର ଜାରି ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ସେହିପରି ଲକ୍ଷ୍ମଣନାଥ ଟୋଲ ଗେଟ ଠାରୁ ପାଣି କୋଇଲି ଯାଏଁ ଯାତାୟତ ବନ୍ଦ ରହିଛି।

ବାଲେଶ୍ୱରରେ ସମସ୍ତ ବାତ୍ୟା ଆଶ୍ରୟୀ ସ୍ଥଳ ମାନଙ୍କରେ ମନିଟର ଚାଲିଛି। ସରକାରୀ ଜଳ ପମ୍ପ ହାଉସରୁ ଜଳ ଉଠାଯାଇ ଲୋକମାନଙ୍କୁ ଯୋଗାଇ ଦିଆଯିବ। ବାତ୍ୟା ସରିବା ପର୍ଯ୍ୟନ୍ତ ବାଲେଶ୍ୱରର ସବୁ ସ୍ଥିତି ନିଜେ ପରଖିବେ ବୋଲି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ। ସେହିପରି ତୁରନ୍ତ କୋଭିଡ ହସ୍ପିଟାଲରେ stand by ଡିଜି, ଜେନେରେଟର, ସହରରେ ବିଦ୍ୟୁତ ସରବରାହ ନେଇ ବ୍ୟବସ୍ଥା ହୋଇଥିବା ମନ୍ତ୍ରୀ କହିଛନ୍ତି । ବିଦ୍ୟୁତ ଏବଂ ଅନ୍ୟାନ୍ୟ ଘଟଣାରେ ତୁରନ୍ତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କଲେ ଉଭୟ ମନ୍ତ୍ରୀ।

You might also like