ଦୁର୍ବଳ ହେଲା ସାମୁଦ୍ରିକ ଝଡ଼ ‘ପେତାଇ’

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ପେତାଇ’ ଦୁର୍ବଳ ହୋଇ ୱେଲ୍ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ। ପେତାଇ ଦୁର୍ବଳ ହୋଇଥିଲେ ମଧ୍ୟ ସାରା ଓଡ଼ିଶାରେ ଏହାର ପ୍ରଭାବରେ ବର୍ଷା ଜାରି ରହିଛି।

ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଛି। ବଲାଙ୍ଗିରରେ ସର୍ବାଧିକ ୯୨.୪ ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୭୪.୪, ସୋନପୁରରେ ୬୭.୮, କୋରାପୁଟରେ ୫୭ ମିଲିମିଟର, ଗୋପାଲପୁରରେ ୫୪.୬ ମିଲିମିଟର ବର୍ଷା ହୋଇଛି। ବର୍ଷା ଯୋଗୁଁ କୋହଲା ପାଗ ରହିବା ସହ ଶୀତ ଅନୁଭୂତ ହେଉଛି।

You might also like