ବାତ୍ୟା ପ୍ରଭାବରେ ସମୁଦ୍ରରେ ୧୩୦ ରୁ ୧୪୦ କିମିରୁ ବହୁଛି ପବନ: ଦିନ ୧୧ଟାରୁ କରିବ ଲ୍ୟାଣ୍ଡଫଲ୍‌

ଭଦ୍ରକର ଧାମରାଠାରୁ ମାତ୍ର ୮୫ କିମି ଦୂରରେ ବାତ୍ୟା ୟାସ

  • ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ମାଡ଼ି ଆସୁଛି ବାତ୍ୟା ୟାସ୍
  • ଭଦ୍ରକର ଧାମରାଠାରୁ ମାତ୍ର ୮୫ କିମି ଦୂରରେ ବାତ୍ୟା ୟାସ
  • ଏବେ ପାରାଦୀପରୁ ୯୦ ଓ ବାଲେଶ୍ୱରରୁ ୧୪୦ କିମି ଦୂରରେ ବାତ୍ୟା
  • ଘଣ୍ଟା ପ୍ରତି ୧୨ କିମି ଗତିରେ ସ୍ଥଳଭାଗ ମୁହାଁ ହେଉଛି ୟାସ୍
  • ସମୁଦ୍ରରେ ଏବେ ୧୩୦ରୁ ୧୪୦ କିମି ମଧ୍ୟରେ ପବନ ବହୁଛି
  • ୟାସ୍ କ୍ରମେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ
  • ଦିନ ୧୧ଟାରୁ ୧ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ହେବା ସମ୍ଭାବନା
  • ଦ୍ୱିପ୍ରହର ସମୟରେ ଧାମରା-ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ
  • ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ଆର୍‌ ବିଶ୍ୱାସଙ୍କ ସୂଚନା

ଭୁବନେଶ୍ୱର: ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା। ବର୍ତ୍ତମାନ ସମୟରେ ଧାମରାଠାରୁ ୮୫ କିମି ଦୂରରେ ରହିଛି ବାତ୍ୟା। ଏହାସହ ବାତ୍ୟା ଏବେ ପାରାଦୀପରୁ ୯୦ ଓ ବାଲେଶ୍ୱରରୁ ୧୪୦ କିମି ଦୂରରେ ବାତ୍ୟା ରହିଛି। ଘଣ୍ଟା ପ୍ରତି ୧୨ କିମି ଗତିରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ୟାସ୍। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସମୁଦ୍ରରେ ଏବେ ୧୩୦ରୁ ୧୪୦ କିମି ମଧ୍ୟରେ ପବନ ବହୁଛି। ପରେ ୟାସ୍ କ୍ରମେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ବୋଲି ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ସୂଚନା ଦେଇଛନ୍ତି। ଏହା ପରେ ଦିନ ୧୧ଟାରୁ ୧ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ହେବା ସମ୍ଭାବନା ରହିଥିବା ସେ କହିଛନ୍ତି।

You might also like