ଆକଳନ ସମୟଠାରୁ ଡେରିରେ ଲ୍ୟାଣ୍ଡଫଲ କରିବ ବାତ୍ୟା

ଏବେ ଘଣ୍ଟାପ୍ରତି ୧୨ କିମି ବେଗରେ ଆଗଉଛି ବାତ୍ୟା

  • ବାତ୍ୟା ୟାସ୍ ଲ୍ୟାଣ୍ଡଫଲ୍ ସାମାନ୍ୟ ବିଳମ୍ବ ହେବା ଆକଳନ
  • ସାମାନ୍ୟ ବିଳମ୍ବ ହେବା ନେଇ SRC ପ୍ରଦୀପ ଜେନାଙ୍କ ସୂଚନା
  • ଏବେ ଘଣ୍ଟାପ୍ରତି ୧୨ କିମି ବେଗରେ ଆଗଉଛି ବାତ୍ୟା
  • ଆକଳନ ଅନୁସାରେ ୧୦ରୁ ୧୧ଟା ଭିତରେ ଲ୍ୟାଣ୍ଡଫଲ୍ ଆରମ୍ଭ ହେବ
  • ବାସୁଦେବପୁର-ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା

ଭୁବନେଶ୍ୱର: ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସାମାନ୍ୟ ଡେରି ହେବ। ବିଳମ୍ବ ହେବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ସେ କହିଛନ୍ତି ଯେ, ବାତ୍ୟା ଏବେ ସମୁଦ୍ରରେ ୧୧ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଆକଳନ ଅନୁସାରେ ଦିନ ୧୦ଟା ରୁ ୧୧ ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବ। ବାସୁଦେବପୁର-ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ଥିବା କହିଲେ ଏସଆରସି। ତେବେ ବାତ୍ୟା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପବନ ସାଙ୍ଗକୁ ବର୍ଷା ମଧ୍ୟ ଲାଗିରହିଛି। ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନର ବେଗ ମଧ୍ୟ ବଢିଥିବା ନେଇ ସୂଚନା ମିଳିଛି।

You might also like