ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ୟାସ୍: IMD

ଭୁବନେଶ୍ୱର: ୟାସ୍ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା। ଏନେଇ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଓଡ଼ିଶା ଉପକୂଳକୁ ଧିରେ ଧିରେ ପାଖେଇ ଆସୁଛି। ଏବେ ପାରାଦୀପ ଠାରୁ ୧୮୦ ଓ ବାଲେଶ୍ୱରରୁ ୨୫୦ କିଲୋମିଟର ଦୂରରେ ରହିଛି। ସମୁଦ୍ରରେ ଏବେ ୧୨୦ରୁ ୧୪୫ କିମି ମଧ୍ୟରେ ପବନ ବହୁଛି ୟାସ୍। କ୍ରମେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଆସନ୍ତାକାଲି ଭୋର୍ ୫ଟା ୩୦ ସୁଦ୍ଧା ଧାମରା ଠାରୁ ୩୦ କିମି ଦୂରରେ ରହିବ। ଭୋରରେ ଧାମରା ଉପକୂଳରୁ ୩୦ କିମି ଦୂରରେ ସମୁଦ୍ରରେ ବାତ୍ୟା ରହିବ।

ଦ୍ୱିପ୍ରହର ବେଳେ ଧାମରା-ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ମଧ୍ୟରାତ୍ରରୁ ପ୍ରଭାବ ବଢ଼ିବ ବୋଲି IMD ଡିଜି କହିଛନ୍ତି। ଏବେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ୬୦ରୁ ୯୦ କିମି ବେଗରେ ପବନ ବହୁଛି। ମଧ୍ୟରାତ୍ର ପରେ ପବନ ୯୦ରୁ ୧୦୦ କିମି ମଧ୍ୟରେ ବହିବ। କାଲି ସକାଳୁ ପବନ ବେଗ ବଢ଼ି ୧୫୫ରୁ ୧୬୫ ଯାଏ ରହିବ। ପବନ ଏହି ବେଗରେ ଦ୍ୱିପ୍ରହର ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଆଜି ରାତି ୧୨ଟା ପରେ ପବନ ସହ ବର୍ଷା ବି ବଢ଼ିବ। କାଲି ଦିନ ତମାମ ପ୍ରବଳ ବର୍ଷା ଲାଗି ରହିବ। ଦ୍ୱିପ୍ରହର ବେଳେ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ଜୁଆର ଉଠିବ। ବାଲେଶ୍ୱର ଓ ଭଦ୍ରକରେ ୪ ମିଟର ପର୍ଯ୍ୟନ୍ତ ଜୁଆର ଉଠିବା ସମ୍ଭାବନା ରହିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ୨/୩ ମିଟର ଜୁଆର ଉଠିବ। କାଲି ପୂର୍ଣ୍ଣିମା ଯୋଗୁଁ ଜୁଆର ଅଧିକ ଉଚ୍ଚ ଉଠିବା ସମ୍ଭାବନା ରହିଛି।

ସେହିପରି ବାତ୍ୟା ୟାସ୍‌ର ଆଖି ପାରାଦୀପ ରାଡାରରେ ସ୍ପଷ୍ଟ ହୋଇଛି। ବାତ୍ୟାର ଆଖି ୩୫ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ସୂଚନା ମିଳିଛି। ରାଡାର ପରିଧିକୁ ଆସିଲା ପରେ ସ୍ପଷ୍ଟ ଆଖି ହୋଇଛି। ବାତ୍ୟାର କେନ୍ଦ୍ର ସ୍ଥଳରେ ହିଁ ରହିଥାଏ ଆଖି। ଆଖି ଯେଉଁ ଅଞ୍ଚଳ ଦେଇ ଯାଏ ସେଠାରେ ଭୟଙ୍କର କ୍ଷତି ଘଟାଇଥାଏ।

You might also like