ଧାମରାରୁ ୭୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ବାତ୍ୟା

ମାଡ଼ି ଆସୁଛି ବାତ୍ୟା

  • ମାଡ଼ି ଆସୁଛି ବାତ୍ୟା
  • ଧାମରାରୁ ୭୦ କିମି ଦୂରରେ କେନ୍ଦ୍ରୀଭୂତ ବାତ୍ୟା
  • ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ବାତ୍ୟା

ଭୁବନେଶ୍ୱର: ଭଦ୍ରକର ଧାମରାଠାରୁ ମାତ୍ର ୭୦ କିମି ଦୂରରେ ବାତ୍ୟା ୟାସ ରହିଛି। ଏବେ ପାରାଦୀପରୁ ୯୦ ଓ ବାଲେଶ୍ୱରରୁ ୧୩୦ କିମି ଦୂରରେ ବାତ୍ୟା ରହିଛି। ଘଣ୍ଟା ପ୍ରତି ୧୨ କିମି ଗତିରେ ସ୍ଥଳଭାଗ ମୁହାଁ ହେଉଛି ୟାସ୍। ତେବେ ବାତ୍ୟା ଆସିବା ପୂର୍ବରୁ ଅନେକ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢିଗଲାଣି। ଘଣ୍ଟା ପ୍ରତି ୧୨ କିମି ଗତିରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ୟାସ୍। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସମୁଦ୍ରରେ ଏବେ ୧୩୦ରୁ ୧୪୦ କିମି ମଧ୍ୟରେ ପବନ ବହୁଛି। ପରେ ୟାସ୍ କ୍ରମେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ବୋଲି ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ସୂଚନା ଦେଇଛନ୍ତି। ଏହା ପରେ ଦିନ ୧୧ଟାରୁ ୧ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ହେବା ସମ୍ଭାବନା ରହିଥିବା ସେ କହିଛନ୍ତି। 

 

You might also like