• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର  : ବାତ୍ୟା ‘ଫୋନି’ ବିପର୍ଯ୍ୟୟ ଆଣିବ। ଏକଥା ରାଜ୍ୟ ସରକାର ଜାଣିଥିଲେ। ତେଣୁ ଏହାର ମୁକାବିଲା ପାଇଁ ବସୁଥିଲା ଘନ ଘନ ବୈଠକ। ସେହି ସମୟରେ ସରକାର କହିଥିଲେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ଆଉ ତା’ପରେ ଜିରୋ କାଜୁଆଲିଟିରେ କାମ ଆରମ୍ଭ ହୋଇଥିଲା। ୧୨ ଆଇଏଏସ୍‌ ଓ ୧୧ ଆଇପିଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦେଲେ ସରକାର।

ହେଲେ ସବୁ ପ୍ରସ୍ତୁତି ମଧ୍ୟରେ ‘ଫୋନି’ ନେଇଗଲା ଅନେକ ଜୀବନ। ମୃତ୍ୟୁ ସଂଖ୍ୟା ଏକ ଅଙ୍କରେ ଥିବା ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ଏବେ ସୁଦ୍ଧା ୧୩ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳୁଛି। ଏହାଛଡ଼ା ଆହତଙ୍କ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳିନାହିଁ। କାନ୍ଥ ଓ ଗଛ ପଡ଼ି ଅନେକ ଲୋକ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି।

ବାତ୍ୟା ‘ଫୋନି’ରେ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଯାଜପୁରରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର, କେନ୍ଦ୍ରାପଡ଼ା, ନୟାଗଡ଼, ପୁରୀ ଓ ବାଲେଶ୍ୱରରେ ଲୋକ ମୃତାହାତ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ‘ଫୋନି’ ପାଇଁ ଆମେ କେତେ ସତର୍କ ଥିଲୁ? ମୁକାବିଲା ପାଇଁ ସରକାରୀଙ୍କ ପ୍ରସ୍ତୁତି ପର୍ଯ୍ୟାପ୍ତ ଥିଲା ତ?

ଗତ ୨୯ ତାରିଖ ଅପରାହ୍ନରେ ‘ଫୋନି’ ଓଡ଼ିଶା ମୁହାଁ ହେବାର ଖବର ଆସିବା ପରେ ସଜାଗ ହୋଇଥିଲେ ରାଜ୍ୟ ସରକାର। ପାଣିପାଗ ବିଭାଗର ପୂର୍ବାନୁମାନକୁ ଆଧାର କରି ଉପକୂଳ ଜିଲ୍ଲା ପୁରୀରୁ ଆରମ୍ଭ କରି ଜଗତସିଂହପୁର, କଟକ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ୧୨ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଥିବା ସରକାର ଦାବି କରୁଥିଲେ। ତେବେ ଏବେ ବାସ୍ତବ ଚିତ୍ରକୁ ଦେଖିଲା ପରେ ଲାଗୁଛି ‘ଫୋନି’ର ପ୍ରଳୟ ପଥକୁ ଠିକ୍‌ ଭାବେ ଆକଳନ କରିବାରେ ସମସ୍ତେ ଫେଲ୍‌ ମାରିଲା ପରି ଲାଗୁଛି।

Cyclone-fani-take-thirteen-lifes-in-all-over-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories