ମାଡ଼ି ଆସୁଛି ଫୋନି

ଭୁବନେଶ୍ୱର : ବାତ୍ୟା ଫୋନି ଏବେ ପୁରୀ ମୁହାଁ । ଭୟଙ୍କର ରୂପ ନେଇ ଘଣ୍ଟା ପ୍ରତି ୧୭ କି.ମି ବେଗରେ ଏହା ସ୍ଥଳଭାଗକୁ ମାଡିଆସୁଛି। ପୁରୀରୁ ଏବେ ୨୦୦କି.ମି ଦୂରରେ ଅଛି।

ସୂଚନା ମୁତାବକ, ପୁରୀ ପାଖାପାଖି ଅଂଚଳରେ ଫୋନି ଲ୍ୟାଣ୍ଡଫଲ୍‌ କରିବ। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ୧୭୦ରୁ ୧୮୦କି.ମି ରହିବା ସମ୍ଭାବନା। ଆଜି ସକାଳ ୮ରୁ ୧୦ଟା ଭିତରେ ସ୍ଥଳଭାଗ ଛୁଇଁବ ବାତ୍ୟା ଫୋନି। ଭୁବନେଶ୍ୱର ଓ କଟକରେ ୧୦୦ରୁ ଅଧିକ କି.ମି ବେଗରେ ପବନ ବହିବ।

ଏବେ ଘଣ୍ଟାକୁ ୨୩ କିମି ବେଗରେ ଗତି କରୁଛି ଫୋନି।

You might also like