ପ୍ରଳୟମୁଖା ହୋଇ ମାଡ଼ି ଆସୁଛି ବାତ୍ୟା ‘ଫୋନି’

ଧନଜୀବନ ସୁରକ୍ଷା ଲାଗି ଯୁଦ୍ଧକାଳୀନ ପ୍ରସ୍ତୁତି ଚାଲିଛି

କୋଣାର୍କ /ପିପିଲି/ ବାଲୁଗାଁ/ ବ୍ରହ୍ମଗିରି  : ପ୍ରଳୟମୁଖା ହୋଇ ମାଡ଼ି ଆସୁଛି ବାତ୍ୟା ଏହାର ପୂର୍ବ ପ୍ରଭାବ ଉପକୂଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ପବନ ସାଙ୍ଗକୁ ବର୍ଷା ସାମୁଦ୍ରିକ ଝଡ଼ ଫୋନି ସ୍ଥଳଭାଗର ଯେତିକି ପାଖାପାଖି ହେଉଛି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି  ଜିଲ୍ଲାର ବିଭିନ୍ନ ସ୍ଥାନ ସାଙ୍ଗକୁ ରାଜଧାନୀ ଭୁବନେଶ୍ୱରରେ ବି ବେଳକୁ ବେଳ ବର୍ଷାର ପ୍ରକୋପ ବଢି ବଢି ଚାଲିଛି।

ନିକଟରେ ତିତ୍‌ଲି ବାତ୍ୟାକୁ ସାମ୍ନା କରିଥିବା ଗଜପତି ଜିଲ୍ଲାରେ ବି ଜାରି ରହିଛି ଅବିଶ୍ରାନ୍ତ ବର୍ଷା। ସମୁଦ୍ର ସଂଲଗ୍ନ ଚନ୍ଦ୍ରଭାଗା ନୋଳିଆସାହି ବସ୍ତିରେ ଆଜି ପ୍ରଶାସନ ପକ୍ଷରୁ ବାତ୍ୟା ଖବର ଘନ ଘନ ପ୍ରଚାର ସାଙ୍ଗକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଲୋକଙ୍କୁ ସତର୍କ କରୁଥିଲା ପୁଲିସ।

ତେଣୁ ବେଳ ଥାଉ ଥାଉ, ଘର ଦ୍ୱାର ଖାଲି କରି ବାତ୍ୟା ଆଶ୍ରୟସ୍ଥଳୀ ମୁହାଁ ହୋଇଥିଲେ ବସ୍ତି ବାସିନ୍ଦା ବୟସ୍କ, ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନାନ୍ତର ବ୍ୟବସ୍ଥା ହୋଇଥିବା କଥା ଶୁଣି ଡେରି ନକରି ତର ତର ହୋଇ ମହିଳାମାନେ ବି ଛୁଆପିଲା ଧରି ସ୍କୁଲ ଘର ଏବଂ ଆଶ୍ରୟସ୍ଥଳକୁ ଚାଲି ଯାଇଥିଲେ।

ସମାନ ଚିତ୍ର ଦେଖିବାକୁ ମିଳିଥିଲା ଚିଲିକା କୂଳ ବାଲୁଗାଁରେ। ତେଣେ ବାତ୍ୟା ପାଇଁ ପୁରୀ ସମୁଦ୍ରକୂଳ ବି ସମ୍ପୂର୍ଣ୍ଣ ଖାଲି କରିଛି ପ୍ରଶାସନ। ସ୍ୱର୍ଗଦ୍ୱାର ଅଞ୍ଚଳ ବେଳାଭୂମିରେ ଗଢ଼ି ଉଠିଥିବା ପର୍ଯ୍ୟଟନ ବଜାରର ପ୍ରାୟ ୫ହଜାରରୁ ଅଧିକ ଦୋକାନ ଉଠାଇ ନିଆଯିବା ସହ ହୋଟେଲ୍ ସବୁକୁ ଖାଲି କରି ଦିଆଯାଇଛି। ଟ୍ରେନ୍ ଚାଲୁନଥିବାରୁ ପଡ଼ୋଶୀ ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ ଲାଗି ପୁରୀରୁ ସ୍ୱତନ୍ତ୍ର ଟ୍ରେନ୍ ଓ ବସ୍ ବ୍ୟବସ୍ଥା ହୋଇଛି। ତେଣେ ପର୍ଯ୍ୟଟକ ନଥିବାରୁ ଖାଁ ଖାଁ ହୋଇଯାଇଛି ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ।

ଅବେଳରେ ସାଇକ୍ଲୋନ ଫୋନି କଥା ଶୁଣି ଉପକୂଳବାସୀ ମନରେ ଯେତିକି ଶଙ୍କା ଥିଲା, ଅପରାହ୍ନରେ ଆକାଶରେ ବଡ଼ ବଡ଼ କଳାହାଣ୍ଡିଆ ମେଘ ଖଣ୍ଡ ଦେଖି ଛନକା ଆହୁରି ବଢି ଯାଇଥିଲା। ଅମଳ ଶସ୍ୟକୁ କିଏ ତର ତର ହୋଇ ସାଇତି ରଖୁଥିଲା ତ ଆଉ କିଏ ଉଜୁଡି ଯିବା ପୂର୍ବରୁ ଆଗୁଆ ସଂଗ୍ରହ କରି ନେଇଛି ବର୍ଷ ଯାକର ରୋଜଗାର। ପିପିଲି ଅଞ୍ଚଳରେ ଅମଳର ଢେର ଆଗରୁ ପାନ ବରଜରୁ ଚାଷୀ ତୋଳି ନେବାକୁ ବାଧ୍ୟ ହୋଇଛି ଝୁଡି ଝୁଡ଼ି ପାନ।

ଠିକ୍ ସେମିତି ପାନ ଭଳି ମୀନ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଉଥିବା ବାଲେଶ୍ୱର ଜିଲ୍ଲାର ମତ୍ସ୍ୟଜୀବୀଙ୍କର ବି ଠପ୍ ହୋଇଯାଇଛି ବେଉସା। ସମୁଦ୍ର ଅଶାନ୍ତ ଥିବାରୁ ମାଛ ମାରି ଯିବାକୁ ବାରଣ କରାଯାଇଛି। ଆଉ କ୍ଷତିଗ୍ରସ୍ତ ହେବା ଭୟରେ ଡଙ୍ଗା ସବୁକୁ ବହୁ ଆଗରୁ ଶୁଖିଲା ସ୍ଥାନକୁ ନେଇ ଆସିଛନ୍ତି।

ସାମୁଦ୍ରିକ ଝଡ଼ ଫୋନି ଯୋଗୁଁ ପ୍ରଭାବିତ ହେବ ରାଜ୍ୟର ପ୍ରାୟ ୧୭ରୁ ଅଧିକ ଜିଲ୍ଲା ବିଶେଷ କରି ଉପକୂଳ ଜିଲ୍ଲାଗୁଡ଼ିକରେ ଅଧିକ ପ୍ରକୋପ ଆଶଙ୍କା କରି ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା। ସାଇକ୍ଲୋନ ସେଣ୍ଟର ଗୁଡ଼ିକରେ ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଯାଇଛି ରନ୍ଧା ଖାଦ୍ୟ ଯୋଗାଣ। ସରକାରୀ ସୂଚନା ଅନୁସାରେ ଏଥର ୧୧ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିପାଇଁ ୪ ହଜାର ୮୫୨ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like