ରାଜଧାନୀରୁ ଆଉ ଏକ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଉ ଏକ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରୁ ଗଳିତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସାଲିଆ ସାହିର କାର୍ତ୍ତିକ ରାଉତ।

କାର୍ତ୍ତିକ ମାଷ୍ଟର କ୍ୟାଣ୍ଟିନରେ ଚା’ ଦୋକାନ କରିଥିଲେ। ବାତ୍ୟା ପରଠୁ ସେ ନିଖୋଜ ଥିଲେ। ଏ ନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ମାଷ୍ଟର କ୍ୟାଣ୍ଟିନ ନିକଟରେ ବାତ୍ୟାରେ ଉପୁଡ଼ି ପଡ଼ିଥିବା ଏକ ହୋର୍ଡିଂ ତଳୁ କାର୍ତ୍ତିକଙ୍କ ମୃତଦେହ ଉଦ୍ଧାର ହୋଇଛି। ତେଣୁ ବାତ୍ୟା ‘ଫୋନି’ରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

You might also like