ପୁରୀରେ ଲ୍ୟାଣ୍ଡଫଲ୍‌ କଲା ସାମୁଦ୍ରିକ ଝଡ଼ ‘ଫୋନି’

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀ ସହର ନିକଟରେ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୫ କିମି ରହିଛି।

ଏହା ଫଳରେ ଜୋରରେ ବର୍ଷା ହେବା ସହ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍‌ରେ ବହୁ ଗଛ ଭାଙ୍ଗି ପଡ଼ିଥିବା ସୂଚନା ଆସିଛି। ପୁରୀ ସହରରେ ବି ଅନେକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି।

ଏଥିଯୋଗୁ ପୁରୀରେ ସମୁଦ୍ର ପୂରା ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଉଚ୍ଚ ଜୁଆର ଆସୁଛି। ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବା ବେଳେ ପୁରୀରେ ପବନର ବେଗ ଘଣ୍ଟାପ୍ରତି ୧୭୫ କିମି ଥିଲା।

ପୁରୀ ଭଳି ଗୋପାଳପୁରରେ ମଧ୍ୟ ଫୋନିର ପ୍ରଭାବ ଦେଖିବାକୁ ମିଳିଛି। ଏଠାରେ ପ୍ରବଳ ବର୍ଷା ଓ ପବନ ହୋଇଛି। ଶେଷ ଖବର ସୁଦ୍ଧା ଏଠାରେ ୧୬୦ ମିମି ବର୍ଷା ହୋଇଥିବା ବେଳେ ଘଣ୍ଟାପ୍ରତି ୧୦୫ କିମି ବେଗରେ ପବନ ବହୁଛି। ଏଠାରେ ବି ସମୁଦ୍ର ଅଶାନ୍ତ ରହିଛି।

‘ଫୋନି’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ବର୍ଷା ଓ ପବନ ଲାଗି ରହିଛି।

ଆହୁରି ପଢ଼ନ୍ତୁ

You might also like