ପ୍ରଳୟର ତାଣ୍ଡବ ରଚିଲା ‘ଫୋନି’ ; ଛାରଖାର୍ ଉପକୂଳବର୍ତ୍ତୀ ଜିଲ୍ଲା

ପୁରୀ, ଖୋର୍ଦ୍ଧା, କଟକରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ୱର : ଭୟଙ୍କର ସାମୁଦ୍ରିକ ଝଡ଼ ଫୋନିର ତାଣ୍ଡବରେ ଛାରଖାର୍ ହୋଇଛି ଉପକୂଳବର୍ତ୍ତୀ ଜିଲ୍ଲା। ଉଜୁଡ଼ିଯାଇଛି ସବୁକିଛି। ଘରଦ୍ୱାର, କୋଠାବାଡ଼ି, ଗଛଲତା, ବିଦ୍ୟୁତ ଖୁଣ୍ଟି, ମୋବାଇଲ୍ ଟାୱାର। କିଛି ବି ବର୍ତ୍ତି ପାରିନି ଫୋନି ମାଡ଼ରୁ। ଗଛ ଗୁଡ଼ିକ ରାସ୍ତା ଉପରେ ଉପୁଡ଼ି ପଡ଼ିଥିବାରୁ ଅଧିକାଂଶ ସ୍ଥାନରେ ଗମନାଗମନ ଏବେ ବି ସ୍ୱାଭାବିକ ହୋଇପାରିନି।

ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ତଥା ଅତି ପ୍ରବଳ ବାତ୍ୟା ରୂପ ନେଇ ପୁରୀ ନିକଟ ସ୍ଥଳଭାଗ ଛୁଇଁଥିବା ଫୋନି ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାରେ ବଡ ଧରଣର ବିପର୍ଯ୍ୟୟ ଘଟାଇଛି। ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର ସବୁଠି ଧ୍ୱଂସର ତାଣ୍ଡବ ରଚିଛି ଫୋନି।

ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିଦ୍ୟୁତ ଏବଂ ଟେଲିକମ୍ ସେବା। ମୋବାଇଲ୍ ଫୋନ୍ ସେବା ପୁରା ଠପ୍ ହୋଇଯାଇଛି। ସ୍ଥିତି ସ୍ୱାଭାବିକ କରିବାକୁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ତୁରନ୍ତ ସ୍ଥିତି ସୁଧୁରିବାର ସମ୍ଭାବନା ଦେଖାଯାଉନି।

ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା କରି ପୁଲିସ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ତେବେ ଗଛ ଗୁଡ଼ିକୁ କାଟି ରାସ୍ତା ସଫା କରିବା ପରେ କିଛି ସ୍ଥାନରେ ଯାନବାହନ ଚଳାଚଳ ଧିରେ ଧିରେ ସ୍ୱାଭାବିକ ହୋଇଛି।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like