ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା) : ବାତ୍ୟା ଫୋନି ମାଡ଼ରେ ଜଗତସିଂହପୁର ଜିଲ୍ଲାର ୬ଟି ବ୍ଲକ୍ ବିଶେଷ ପ୍ରଭାବିତ ହୋଇଛି। ହେଲେ ଜିଲ୍ଲା ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନରେ ତ୍ରୁଟି ଏବଂ ରିଲିଫ୍ ବଣ୍ଟନରେ ବିଳମ୍ବ ଯୋଗୁଁ ବିରିଡି, ରଘୁନାଥପୁର ବ୍ଲକ୍ ସମେତ ଅନେକ ସ୍ଥାନରେ ବିପନ୍ନମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ଏଭଳି ପରିସ୍ଥିତିରେ ଚାଷ ଓ ଚାଷୀଙ୍କ ସ୍ୱାର୍ଥ ପାଇଁ ଆଗକୁ ଆସିଛି ନବନିର୍ମାଣ କୃଷକ ସଙ୍ଗଠନ। ବାତ୍ୟା ପୀଡିତଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ଦାବି କରିବା ସହ ଜିଲ୍ଲା ପ୍ରଶାସନ ସଠିକ୍ କ୍ଷୟକ୍ଷତି ଆକଳନ କରିବାକୁ ଦାବି କରିଛି ସଂଗଠନ।