‘ଫୋନି’ ମାଡ଼ରେ କ୍ଷତିଗ୍ରସ୍ତ ବ୍ରହ୍ମଗିରିର ସ୍କୁଲ, କଲେଜ

ପୁରୀ: ବାତ୍ୟା ଫୋନିର କରାଳ ତାଣ୍ଡବରେ ଛାରଖାର ହୋଇଯାଇଛି ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳ। ସମ୍ପୂର୍ଣ୍ଣ ଇଲାକା ସତେ ଯେମିତି  ଭଗ୍ନସ୍ତୁପ ପାଲଟି ଯାଇଛି। ତେବେ ସବୁଠାରୁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ଏଠିକାର ଶିକ୍ଷାନୁଷ୍ଠାନ ସ୍କୁଲ, କଲେଜ। କଲେଜର ଅନେକ ଘର ଭାଙ୍ଗି ଚୁରମାର ହୋଇଯାଇଛି।

ବ୍ରହ୍ମଗିରି ବ୍ଲକରେ ୧୦୯ ପ୍ରାଥମିକ ସ୍କୁଲ ଓ ୪୯ ଉଚ୍ଚ ପ୍ରାଥମିକ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୨୯ଟି ହାଇସ୍କୁଲ ଓ ଗୋଟିଏ ମହିଳା କଲେଜ, ୪ଟି ସଂସ୍କୃତ କଲେଜ ସହ ମୋଟ ୮ଟି କଲେଜ କ୍ଷତିଗ୍ରସ୍ତ ହୋଇଛି।

ଅନେକ ସ୍କୁଲ ଓ କଲେଜର ଛାତ ପବନରେ ଭାଙ୍ଗି ଯାଇଛି। ସ୍କୁଲ ଓ କଲେଜ ପରିସରରେ ବଡ ବଡ ଗଛ ଭାଙ୍ଗି ପଡିଛି। କିଛି ଦିନ ପରେ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଥିବବେଳେ ଶିକ୍ଷାନୁଷ୍ଠାନରେ କେମିତି ସୁଧାର ଆସିବ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଶିକ୍ଷକ।

ସେପଟେ ବ୍ରହ୍ମଗିରି ବ୍ଲକ ଅଂଚଳରେ ସମସ୍ତ କ୍ଷତିଗ୍ରସ୍ତ ସ୍କୁଲ ଓ କଲେଜ ଗୁଡିକରୁ କ୍ଷୟକ୍ଷତିର ରିପୋର୍ଟ ମଗାଯାଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ କହିଛନ୍ତି।

You might also like