ରାଜ୍ୟରେ ବାତ୍ୟା ‘ଫୋନି’ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୪୧

ଭୁବନେଶ୍ୱର : ରାଜ୍ୟରେ ବାତ୍ୟା ‘ଫୋନି’ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୪୧।  ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱର ଓ ପୁରୀରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଛି। ତେବେ କଟକରେ ୮୦%, ଖୋର୍ଦ୍ଧାରେ ୭୦% ଓ ଜଟଣୀରେ ୫୦% ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଛି।

ଆଜି କଟକରେ ଶତ ପ୍ରତିଶତ ଜଳ ଯୋଗାଣ ବ୍ୟବସ୍ଥା ହୋଇଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ସେପଟେ ଭୁବନେଶ୍ୱରରେ ୧୦ ତାରିଖ ସୁଦ୍ଧା  ୮୦% ଏବଂ ୧୨ ତାରିଖ ସୁଦ୍ଧା ୧୦୦ ପ୍ରତିଶତ ବିଦ୍ୟୁତ୍‌ ସେବା ମିଳିବ। ପୁରୀରେ ବିଦ୍ୟୁତ୍‌ ସେବା ବେଶି କ୍ଷତିଗ୍ରସ୍ତ ହୋଇଛି।

ପୁରୀରେ ଆସନ୍ତା ୧୨ରେ ବିଦ୍ୟୁତ୍‌ ଯୋଗାଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

You might also like