• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର :  ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି କରିଛି।  ଭୀଷଣ ପବନରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ। ଏଯାଏ ଗଛ ସଫା କରାଯାଇ ନଥିବାରୁ ରାସ୍ତା ଅବରୋଧ ହୋଇଛି । ସେହିପରି ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି ।

ଟେଲି ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି। ଆଉ ଏହାରି ଭିତରେ ଷ୍ଟେଟ୍‌ ଏମରଜେନ୍ସି ଅପରେଶନ ସେଣ୍ଟର (ଏସ୍‌ଇଓସି) ପକ୍ଷରୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିଛି। ରିପୋର୍ଟ ଅନୁସାରେ ୧୪ ଜିଲ୍ଲାରେ ବ୍ୟାପକ କ୍ଷୟୟତି ହୋଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ,ଢେଙ୍କାନାଳ,ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ଼ ଏବଂ ପୁରୀ।

ସେହିପରି ବାତ୍ୟା ଫୋନି ଯୋଗୁ ମୃତ୍ୟୁ ସଂଖ୍ୟା ୩୭କୁ ଛୁଇଁଛି। ସେମାନଙ୍କ ମଧ୍ୟରୁ ପୁରୀରୁ ସର୍ବାଧିକ ୨୧ ଜଣ ଅଛନ୍ତି। ପୁରୀ ବ୍ୟତୀତ କେନ୍ଦ୍ରାପଡ଼ାରେ ୩ ଜଣ, ମୟୁରଭଞ୍ଜରେ ୪ ଜଣ, ଯାଜପୁରରେ ୪ ଜଣ ଓ  କଟକରେ ୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି ବାତ୍ୟା ଯୋଗୁ ୧୫୫ଟି ବ୍ଲକ ଓ ୫୧ଟି ସହରାଞ୍ଚଳ ପ୍ରଭାବିତ ହୋଇଛି।

ବିଶେଷ କରି ୧୬,୬୪୭ଟି ଗାଁକୁ ‘ଫୋନି’ ଗ୍ରାସ କରିଥିବା ବେଳେ ୧,୪୮,୨୮,୦୮୪ ଲୋକ ପ୍ରଭାବିତ ହୋଇଛନ୍ତି। ବାତ୍ୟାରେ ୫,୦୮,୪୬୭ଟି ଘର ଭାଙ୍ଗିଯାଇଛି। ସେହପରି ବିଜୁଳି କ୍ଷେତ୍ରରେ ପୁରୀ, ନିମାପଡ଼ା,ମଞ୍ଚେଶ୍ୱର ଏବଂ ରଣସିଂହପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୫ଟି ୪୦୦ କେଭି ଟାୱାର, ୨୭ଟି ୨୨୦ କେଭି ଟାୱାର,୨୧ଟି ୧୩୦ କେଭି ଟାୱାର, ୪ଟି ୨୨୦ କେଭି ଗ୍ରିଡ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

Cyclone-fani-damage-report
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories