ପୁରୀର ଅଣ୍ଟା ଭାଙ୍ଗି ଦେଇଛି ବାତ୍ୟା ‘ଫୋନି’

ପୁରୀ: ବାତ୍ୟା ‘ଫୋନି’ ପୁରୀର ଅଣ୍ଟା ଭାଙ୍ଗି ଦେଇଛି। ମାତ୍ର କେଇ ଘଣ୍ଟା ତାଣ୍ଡବରେ ପୁରୀର ପର୍ଯ୍ୟଟନ ଶିଳ୍ପ ଦୋହଲି ଯାଇଛି। ଦୀର୍ଘ ବର୍ଷର ହୋଟେଲ, ଲଜ୍, ଯାତ୍ରୀଙ୍କ ରହଣୀ ସ୍ଥାନରେ ଏବେ ଖାଲି ବାତ୍ୟା ପରର କରାଳ ଚିହ୍ନ ପଡ଼ି ରହିଛି।

ପୁରୀ ସହରର ସମୁଦ୍ର କୂଳରେ ଥିବା ସବୁ ହୋଟେଲ ବ୍ୟାପକ ଭାବେ କ୍ଷତିଗସ୍ତ ହୋଇଛି। ବିଭିନ୍ନ ହୋଟେଲରେ ବିରାଟକାୟ ଗଛ, ମୋବାଇଲ୍ ଟାଓ୍ୱାର ଭାଙ୍ଗି ପଡ଼ିଛି। ଲକ୍ଷାଧିକ ଟଙ୍କାର ସୌଖୀନ ଆସବାବ ପତ୍ର ଭାଙ୍ଗିରୁଜି ଯାଇଛି।

କିଛି ହୋଟେଲ୍‌ର ଉପର ମହଲାରେ ପାଣି ଓ ବାଲି ପଶି ଯିବା ଫଳରେ ଏବେ ତାକୁ ସଫା କରିବାକୁ ହୋଟେଲ କର୍ମଚାରୀ ନାକେଦମ୍ ହେଉଛନ୍ତି।

ପୁରୀର ବିଭିନ୍ନ ହୋଟେଲର କୋଟି କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଛି। ଆସନ୍ତା ଦୁଇ ମାସ ପରେ  ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ତା’ପୂର୍ବରୁ ହୋଟେଲ ଶିଳ୍ପକୁ ପୁଣି ଥରେ ଛିଡ଼ା ନକରିଲେ ସାରା ବିଶ୍ୱରୁ ଆସୁଥିବା ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

 

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like