ମାଡ଼ି ଆସୁଛି ‘ଫୋନି’: ଘର ପାଖରେ ବଡ଼ ଗଛ ଥିଲେ ଅଧିକ ସତର୍କ ରୁହନ୍ତୁ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିପାରେ। ଏହାଦ୍ୱାରା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ଥିବା ସମସ୍ତ ପ୍ରକାର ମାଟି ଘର, ପୁରୁଣା ପକ୍କା ଘର କ୍ଷତିଗ୍ରସ୍ତ ହୋଇପାରେ।

ସେହିପରି ଯୋଗାଯୋଗ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇପାରେ ବୋଲି ଆଶଙ୍କା କରାଯାଉଛି। ବହୁ ସ୍ଥାନରେ ରେଳ ଓ ସଡ଼କ ଯୋଗାଯୋଗରେ ବାଧା ସୃଷ୍ଟି ହୋଇପାରେ। ଚାଷ ଓ ପନିପରିବା ନଷ୍ଟ ମଧ୍ୟ ହୋଇପାରେ। ଘର ପାଖରେ ବଡ଼ ଗଛ ଥିଲେ ଅଧିକ ସତର୍କ ରୁହନ୍ତୁ। ତାଳ ଓ ନଡ଼ିଆ ଗଛ ମଧ୍ୟ ବିପଦର କାରଣ ହୋଇପାରେ। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ।

ଏସବୁକୁ ଦୃଷ୍ଟିରେ ରଖି ଉପକୂଳ ଅଞ୍ଚଳରୁ ଲୋକଙ୍କୁ ଖାଲି କରାଯିବା ସହ ରେଳ ଓ ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ପୂରା ବାତିଲ କିମ୍ବା ଗତିପଥରେ ପରିବର୍ତ୍ତନ କରାଯାଇପାରେ। ବାତ୍ୟା ସମୟରେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ମଧ୍ୟ ପଢ଼ନ୍ତୁ: ବାତ୍ୟା ପୂର୍ବରୁ କ’ଣ କରିବେ; ପରେ କ’ଣ କରିବେ, ପଢ଼ନ୍ତୁ

You might also like