‘ଫୋନି’ର ମହାତାଣ୍ଡବ ପରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଚାଲିଛି ପ୍ରୟାସ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ର ମହାତାଣ୍ଡବ ପରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଆରମ୍ଭ ହୋଇଛି। ଖାସ୍ କରି ପ୍ରଭାବିତ ଲୋକଙ୍କ ପାଖରେ ପ୍ରାଥମିକତା ଭିତ୍ତିରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି। ଏଥିପାଇଁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ  ଭାବେ କାମର ତଦାରଖ କରୁଛନ୍ତି। ତା’ ସହିତ ଉପୁଡ଼ି ପଡ଼ିଥିବା ଗଛ ଓ ବିଦ୍ୟୁତ୍ ଖୁଣ୍ଟକୁ ହଟାଇ ରାସ୍ତା ସଫା କରିବା ଲାଗି ଉଦ୍ୟମ ଜାରି ରହିଛି। ତେବେ କେତେକ କ୍ଷେତ୍ରରେ ଉପକରଣ ଅଭାବ ପଡୁଥିବାରୁ ପଡୋଶୀ ଆନ୍ଧ୍ରପ୍ରଦେଶରୁ ଏସବୁ ଉପକରଣ ମଗାଯାଇଥିବା ଏନ୍‌ଡିଆର୍‌ଏଫ୍‌ ଡିଜି  ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି।

ସ୍ଥିତି ସ୍ୱାଭାବିକ କରିବାକୁ ଆଉ ଦୁଇରୁ ତିନି ଦିନ ଲାଗିବ ବୋଲି ଏନ୍‌ଡିଆର୍‌ଏଫ୍‌ ଡିଜି  କହିଛନ୍ତି।

ଅନ୍ୟପକ୍ଷେ, ପୁରୀ ଓ ଖୋର୍ଦ୍ଧାର ସ୍ଥିତି ଅଧିକ ଖରାପ ଅଛି ଓ ଉଭୟ ଜିଲ୍ଲାରେ ଅତିରିକ୍ତ ଟିମ୍ ମୁତୟନ କରାଯାଇଥିବା ଏସ୍ଆରସି କହିଛନ୍ତି।

You might also like