• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ନୂଆଦିଲ୍ଲୀ/ଭୁବନେଶ୍ୱର: ”ବାତ୍ୟା ‘ବୁଲ୍‌ବୁଲ୍’ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଦେଇ ଅତିକ୍ରମ କରିବ। ଏହା ସାଗରଦ୍ୱୀପ (ପଶ୍ଚିମବଙ୍ଗ) ଓ ଖେପୁପରା (ବାଂଲାଦେଶ) ମଧ୍ୟରେ ସୁନ୍ଦରବନ ଉପରେ ହିଁ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ କି.ମି. ରୁ୧୨୦ କି.ମି. ରହିପାରେ।” ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, “ ‘ବୁଲ୍‌ବୁଲ୍’ ପାରାଦୀପ ଠାରୁ ଆଜି ସକାଳେ ୩୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ଥିଲା। ଏହା ଘଣ୍ଟାପ୍ରତି ୧୨ କି.ମି. ବେଗରେ ଉତ୍ତର ଦିଗକୁ ଗତି କରୁଛି। କାଲି ସକାଳ ସୁଦ୍ଧା ଏହା ଉତ୍ତର ଦିଗକୁ ଗତି କରିବ। ଏହାପରେ ଉତ୍ତର-ପୂର୍ବ ଦିଗକୁ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବ। ”

‘ବର୍ତ୍ତମାନ ଉପକୂଳ ଓଡ଼ିଶାରେ  ପବନର ବେଗ ଘଣ୍ଟାପ୍ରତି ୩୫ କି.ମି. ରୁ ୪୫ କି.ମି. ମଧ୍ୟରେ ରହିଛି। ଏହା ଧୀରେ ଧୀରେ ବୃଦ୍ଧି ପାଇ କାଳି ସକାଳେ ପବନର ବେଗ ୫୫ ରୁ ୭୫ କି.ମି. ମଧ୍ୟରେ ରହିପାରେ। ତେବେ କାଲି ଦ୍ୱିପ୍ରହରରୁ ସନ୍ଧ୍ୟା ମଧ୍ୟରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୭୦ କି.ମି.ରୁ ୯୦ କି.ମି. ମଧ୍ୟରେ ରହିପାରେ। ଏହା (ପବନର ବେଗ) କେବଳ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବୃଦ୍ଧି ପାଇପାରେ’ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି।

Cyclone-bulbul-landfall-in-sunderban-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories