• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ଭେରି ସିଭିୟର୍ ସାଇକ୍ନୋନିକ୍ ଷ୍ଟର୍ମର ରୂପ ନେଇ ଓଡ଼ିଶା ଉପକୂଳ ନିକଟତର ହେବାରେ ଲାଗିଛି। ଆଜି ଦିନ ୧୦ ସୁଦ୍ଧା ଏହା ଓଡ଼ିଶା ଅତିକ୍ରମ କରିବା ନେଇ ଆଶଙ୍କା କରାଯାଉଛି। ‘ବୁଲ୍‌ବୁଲ୍‌’ ଓଡିଶା ନ ଛୁଇଁଲେ ମଧ୍ୟ ଏହାର ପ୍ରଭାବରେ ଓଡ଼ିଶାରେ ପବନ ଓ ବର୍ଷା ଲାଗି ରହିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ବର୍ଷା ସାଙ୍ଗକୁ ପବନ ବହୁଛି। ସେହିପରି ପାରାଦୀପରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ବର୍ତ୍ତମାନ ବାତ୍ୟା ‘ବୁଲ୍‌ବୁଲ୍‌’ ପାରାଦୀପଠାରୁ ୧୩୦ କିଲୋମିଟର ଦୂରରେ ଅଛି। ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଏହା ଉତ୍ତର ଦିଗକୁ ଗତି କରୁଛି।

ଏହା ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବା ଲ୍ୟାଣ୍ଡ୍‌ଫଲ୍‌ କରିବ। ହେଲେ ଓଡ଼ିଶା ନିକଟରେ ଅତିକ୍ରମ କଲାବେଳେ ଉପକୂଳ ଓ ଉତ୍ତର ଓଡ଼ିଶାରେ କ୍ଷୟକ୍ଷତିର ଆଶଙ୍କା ରହିଛି। ଉପକୂଳ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର , ବେଳେ ବେଳେ ଏହା ୬୫ କି.ମି ମଧ୍ୟ ରହୁଛି।

ପୁରୀ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେଉଛି। ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପବନର ଗତି ଓ ବର୍ଷାର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏପରିକି ପବନର ବେଗ ଘଣ୍ଟା ପ୍ରତି ୬୦-୭୦ କିଲୋମିଟର, ବେଳେ ବେଳେ ୯୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ‘ବୁଲ୍‌ବୁଲ୍‌’ ଆଜି ମଧ୍ୟରାତ୍ରିରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Cyclone-bulbul-closure-to-coastal-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories