ଗତି ବଢ଼ାଇ ଏବେ ଘଣ୍ଟାକୁ ୧୭ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ଅମ୍ପନ

ଭୁବନେଶ୍ୱର: ଦୁର୍ବଳ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି ବାତ୍ୟା ଅମ୍ପନ। ମହାବାତ୍ୟାରୁ ଖସି ଏହା ଅତି ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହୋଇଛି। ଆକଳନ ଅନୁସାରେ ସମୁଦ୍ର ଭିତରେ ଅମ୍ପନର ମହାବାତ୍ୟା ରୂପ କମିଯାଇଛି। ଏବେ ପାରାଦୀପଠୁ ୪୨୦ କିମି ଦୂରରେ ରହିଛି ବାତ୍ୟା ଅମ୍ପନ। ଗତି ବଢ଼ାଇ ଏବେ ଘଣ୍ଟାକୁ ୧୭ କିମି ବେଗରେ ଆଗକୁ ବଢ଼ୁଛି।

ବାତ୍ୟା ଅମ୍ପନର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଗଲାଣି। ଦକ୍ଷିଣ ଓଡ଼ିଶାରୁ ଆରମ୍ଭ କରି ଭୁବନେଶ୍ୱର ଏବଂ ଚାନ୍ଦବାଲି ଯାଏ ବର୍ଷା ଆରମ୍ଭ ହୋଇଯାଇଛି। ଓଡ଼ିଶାରେ ଆଜି ରାତିରୁ କାଲି ସଂଧ୍ୟା ଯାଏ ଅଧିକ ପ୍ରଭାବ ରହିବ।

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବେଶି ପ୍ରଭାବ ଦେଖିବାକୁ ମିଳିବ। ଦକ୍ଷିଣ ଓଡ଼ିଶାରେ ୪୫ରୁ ୫୫ କିମି ବେଗରେ ପବନ ବହୁଛି ଏହା କ୍ରମଶଃ ବୃଦ୍ଧି ପାଇବ। ପବନ ବେଗ ବଢ଼ିବା ସହ କାଳକ୍ରମେ ଉତ୍ତର ଉପକୂଳକୁ ଗତି କରିବ। ଉତ୍ତର ଓଡ଼ିଶା ଉପକୂଳରେ ୧୦୦ରୁ ସର୍ବାଧିକ ୧୨୫ କିମି ପବନ ବହିପାରେ।

ଓଡ଼ିଶାରେ ଆଜି ରାତିରୁ କାଲି ସଂଧ୍ୟା ଯାଏ ଅଧିକ ପ୍ରଭାବ ରହିବ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

You might also like