ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ପରେ ଗୋଟିଏ ଟାୱାର ସକ୍ରିୟ ଥିଲେ ବି ଚାଲିବ ମୋବାଇଲ ସେବା। ବାତ୍ୟାରେ ସମ୍ଭାବ୍ୟ କ୍ଷତି ନେଇ ଟେଲିକମ ସଚିବ ଅଂଶୁ ପ୍ରକାଶ ଏହି ସୂଚନା ଦେଇଛନ୍ତି। ଅମ୍ପନ ପ୍ରଭାବରେ ଟେଲିକମ ବି ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି।
ଓଡ଼ିଶାରେ ସେବା ଯୋଗାଉଥିବା ସବୁ କଂପାନୀ ସହ କଥା ହୋଇଥିବା ସେ ସୂଚନା ଦେଇଛନ୍ତି। ନିରବଚ୍ଛିନ୍ନ ସେବା ଯୋଗାଇବାକୁ ସେମାନେ ଡିଜି ସେଟ୍ ସହ ପ୍ରସ୍ତୁତ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି।
ବାତ୍ୟା ସମୟରେ ବା ପରେ ଯେମିତି ସମସ୍ତେ ସେବା ପାଇବେ ସେ ନେଇ ମନ୍ତ୍ରଣାଳୟ ଦୃଷ୍ଟି ଦେଉଛି ବାତ୍ୟାରେ କୌଣସ କଂପାନିର ଗୋଟିଏ ଟାୱାର ଥିଲେ ବି କଲ୍ ସେବା ମିଳିପାରିବ ବୋଲି ସଚିବ ଅଂଶୁ ପ୍ରକାଶ କହିଛନ୍ତି।
ସଂପୃକ୍ତ ଟାୱାର ଜରିଆରେ ନିକଟବର୍ତ୍ତୀ ଉପଭୋକ୍ତା ସେବା ପାଇପାରିବେ। ଏହି ଇଣ୍ଟ୍ରା ସର୍ଭିସ ପାଇଁ ରୋମିଂ ଚାର୍ଜ ପଡ଼ିବନି ବୋଲି ଅଂଶୁ ପ୍ରକାଶ କହିଛନ୍ତି।