ପଶ୍ଚିମବଙ୍ଗରେ ବିପତ୍ତି ବେଳର ସାଥୀ ହେଲେ ଓଡ଼ିଆ ଯୋଦ୍ଧା
ଭୁବନେଶ୍ୱର: ପୂର୍ବ ଅଭିଜ୍ଞତା ହେଉ ବା ସଠିକ୍ ତାଲିମ୍, ଅମ୍ପନ ବାତ୍ୟାରେ ଘାଇଲା ପଶ୍ଚିମବଙ୍ଗରେ କିନ୍ତୁ କମାଲ କରୁଛନ୍ତି ଓଡ୍ରାଫ୍ ଏବଂ ଓଡ଼ିଶା ଅଗ୍ନିଶମ ଟିମ୍। ପାଣି,ବିଜୁଳି ଓ ଗମନାଗମନ ପାଇଁ ଯେଉଁ କୋଲକାତା ସହରରେ ଲୋକେ ଦୁର୍ଦ୍ଦଶାରେ ଛଟପଟ ହେଉଛନ୍ତି, ସେଠି ସେମାନଙ୍କ ଜୀବନ ଯାତ୍ରା ସ୍ୱାଭାବିକ କରିବାକୁ ସତେ ଯେମିତି ଯୋଦ୍ଧା ଭଳି ଲାଗିଛନ୍ତି। ଯେଉଁଥିପାଇଁ ସେମାନଙ୍କ ପାଖକୁ ଏବେ ଛୁଟିଛି ସାବାସୀ ସାଙ୍ଗକୁ ପ୍ରଶଂସାର ସୁଅ।
ଛଅ ଦିନ ପରେ ବି ତାଜା ଛାରଖାର ସିଟି ଅଫ ଜୟରେ ଖଣ୍ଡପ୍ରଳୟର ପ୍ରମାଣ ଚାହୁଁ ଚାହୁଁ କେତେବେଳେ ଦେଢ଼ ଶହ ଘଣ୍ଟା ବିତି ଗଲାଣି, ସେ ହିସାବ ରଖିବାକୁ ବେଳ ଅଣ୍ଟୁନି ଅଦିନ ଝଡ଼।
ଅମ୍ପନର ଅନ୍ତଃହୀନ ଦୁର୍ଦ୍ଦଶାରେ ଧନ୍ଦି ହେଉଥିବା କୋଲକାତା ସହରର ମଣିଷମାନଙ୍କୁ ଏବେ ବି ରାସ୍ତା, ଘର ଓ ଯାନବାହନ ଉପରେ ଲୋଟି ରହିଛି ଅଣଚାଷ ପବନରେ ଧରାଶାୟୀ ଗଛ ଓ ବିଦ୍ଯୁତ୍ ଖୁଣ୍ଟ ବିଜୁଳି ନଥିବାରୁ ଦୁର୍ବିସହ ହୋଇଛି ଜୀବନ ପିଇବା ପାଣି ମୁନ୍ଦେ ପାଇଁ ସବୁଠି ହାହା କାର ସ୍ଥିତି। ଏପରି ସ୍ଥିତିରେ ଓଡ଼ିଆ ଯୋଦ୍ଧାଙ୍କ କାମ ନିଶ୍ଚିତ କୌଣସି ଯୁଦ୍ଧ ଠାରୁ କମ ଗୁଣରେ ନୁହେଁ।
ବାତ୍ୟା ଅମ୍ପନର ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ କୋଲକତା ଯାଇଥିବା ଓଡିଶାର ଅଗ୍ନିଶମ କର୍ମଚାରୀଙ୍କ କରୋନା ଟେଷ୍ଟ ହେବ। ଏନେଇ ଅଗ୍ନିଶମ ବିଭାଗ ଆଇଜି ଅସିତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ପଶ୍ଚିମବଂଗକୁ ୩୦ଟି ଟିମରେ ୩୭୫ଜଣ ଅଗ୍ନିଶମ କର୍ମଚାରୀ ଯାଇଛନ୍ତି। ସମସ୍ତଙ୍କୁ ୨ ହଳ ଲେଖାଏଁ ପିପିଇ ଯୋଗାଇ ଦିଆଯାଇଛି।
ଓଡିଶା ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଥିବା ଅଗ୍ନିଶମ ବିଭାଗ ଆଇଜି କହିଛନ୍ତି। କୋଲକତାରୁ ଫେରିବା ପରେ ସମସ୍ତଙ୍କର କରୋନା ଟେଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି।