ମେ’ ୨୦ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଦୀଘା-ହାତି‌ଆ ମଧ୍ୟରେ ଉପକୂଳ ଅତିକ୍ରମ କରିବ ‘ଅମ୍ପନ୍’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମ ‘ଅମ୍ପନ୍’ ଆଜି ଭୋର ସମୟରେ ଅତି ଭୀଷଣ ରୂପ ଧାରଣ କରିଛି। ଅର୍ଥାତ୍‌ ଏହା ଏକ୍ସଟ୍ରିମ୍‌ଲି ସିଭିୟର୍‌ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏହାପରେ ଏହା ଆହୁରି ଅଧିକ ଘନୀଭୂତ ହେବାରେ ଲାଗିଛି।

ମେ’ ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଅମ୍ପନ୍‌ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତି‌ଆ ଦ୍ୱୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।  ସେହି ସମୟରେ ପବନର ବେଗ  ଘଣ୍ଟାପ୍ରତି ୧୫୫-୧୬୫ କି.ମି. ରହିପାରେ।  ସମୁଦ୍ର ମଧ୍ୟରେ ଆଉ ୧୨ ଘଣ୍ଟା ପର୍ଯ୍ୟନ୍ତ ରହି ଶକ୍ତିଶାଳୀ ହେବା ପାଇଁ ବଳ ଯୋଗାଡ଼ିବ। ଏହାପରେ ଏହା ସାମାନ୍ୟ ଦୁର୍ବଳ ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

ଯେତେବେଳେ ଏହା ଦୀଘା -ହାତି‌ଆ  ଉପକୂଳ ଦେଇ ଅତିକ୍ରମ କରିବ ସେହି ସମୟରେ  ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୧୧୦-୧୩୫ କି.ମି. ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି। ଏନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ସୁପର ସାଇକ୍ଲୋନ୍‌ରେ ପରିଣତ ହୋଇପାରେ। ଏନେଇ ଆଇଏମ୍‌ଡି ଡିଜି କହିଛନ୍ତି। ଘଣ୍ଟା ପ୍ରତି ୨୨୦ରୁ ୨୬୫ କି.ମି. ବେଗରେ ପବନ ବହିବା ନେଇ ସମ୍ଭାବନା ରହିଛି। ଏବେ ଏହା ଘଣ୍ଟାକୁ ୧୩ କି.ମି. ବେଗରେ ଗତି କରିବା ସହ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ମୁହାଁଉଛି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like